ଦୁନିଆରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ କୋଟି କୋଟି ଟଙ୍କାର ବଙ୍ଗଳା ସାଙ୍ଗକୁ ଲଗଜୁଏରୀ ଗାଡି ରହିଛି । ଗତ କିଛିଦିନ ତଳେ ଆମେ ଆପଣଙ୍କୁ ଭାରତୀୟ କ୍ରିକେଟର ପାଣ୍ଡିଆ ବ୍ରଦର୍ଷଙ୍କ କଥା କହିଥିଲୁ । ଦୁଇ ଭାଇ କିଭଳି ପିଲାଦିନୁ ସଂଘର୍ଷ କରି ଆଜି ଏକ ଲଗଜୁଏରୀ ଲାଇଫଷ୍ଟାଇଲ ବଞ୍ଚୁଛନ୍ତି । ଠିକ୍ ପାଣ୍ଡିଆ ବ୍ରଦର୍ଷଙ୍କ ଭଳି ଆଜି ଆସନ୍ତୁ ଜାଣିବା ଆଉ ଜଣଙ୍କ କାହାଣୀ । ଯାହାଙ୍କ ପାଖରେ ୫୦୦କୋଟି ଟଙ୍କାର ବଙ୍ଗଳା, ଦାମୀ ଗାଡି ସାଙ୍ଗକୁ ରହିଛି ଅନେକ୍ କିଛି ।
ଏଠି ଆମେ କୌଣସି କ୍ରିକେଟରଙ୍କ କଥା କହୁନୁ, ଆଜି ଯାହାଙ୍କ କଥା କହିବାକୁ ଯାଉଛୁ ବୋଧ ହୁଏ ଆପଣବି ତାଙ୍କର ଫ୍ୟାନ ହୋଇଥିବେ । ଫୁଟୁବଲ ଦୁନିଆର ନାମୀ ଖେଳାଳୀ ଲୀଓନେଲ୍ ମେସି । ମେସିଙ୍କୁ କିଏ ବା ନଚିହ୍ନିଛି... ଫୁଟବଲ ଖେଳରେ ଅନେକ ନାଁ କରିଥିବା ଏହି ଖେଳାଳି ଏବେ ବିଶ୍ୱପ୍ରସିଦ୍ଧ । ଫୁଟବଲ ଲେଜେଣ୍ଡ କୁହାଯାଉଥିବା ମେସି ଫୁଟବଲ ମୈଦାନରେ ଯେମିତି ପ୍ରସିଦ୍ଧ । ଇନକମ୍ ମାମଲାରେ ବି ସେତିକି ଉପରେ । ମେସିଙ୍କ ବାର୍ଷିକ ଇନକମ୍ ୬୦୦ ମିଲିୟନ୍ ଡଲାର୍ ଅର୍ଥାତ୍ ପାଖାପାଖି ୪,୮୩୦ କୋଟିରୁ ଅଧିକ । ତାଙ୍କ ବାର୍ଷିକ ରୋଜଗାର ହିସାବରେ ସବୁ ଆଥଲେଟଙ୍କ ମଧ୍ୟରୁ ମେସି ହେଉଛନ୍ତି ସବୁଠୁ ଅଧିକ ରୋଜଗାର କରୁଥିବା ଆଥେଲେଟ୍ । ମେସି କେବଳ ଖେଳରୁ ରୋଜଗାର କରନ୍ତି ତା’ ନୁହେଁ । ଖେଳକୁ ଛାଡିଦେଲେ ଦୁନିଆର ଅନେକ ନାମୀଦାମୀ କମ୍ପାନୀଙ୍କର ବ୍ରାଣ୍ଡ ଆମ୍ବାସଡର ଭାବରେ ମୋଟା ଅଙ୍କର ରୋଜଗାର କରୁଛନ୍ତି ।
ବାର୍ଷିଲୋନାରେ ଲିୟୋନେଲ ମେସିଙ୍କର ଏକ ଆଲିସାନ୍ ବଙ୍ଗଳା ରହିଛି । ଯାହାର ମୂଲ୍ୟ ୫୧୯କୋଟି ଟଙ୍କା । ମେସିଙ୍କ ଏହି ବଙ୍ଗଳା ନୋ ଫ୍ଲାଇଂ ଜୋନ୍ ମଧ୍ୟରେ ଆସିଥାଏ । ଅର୍ଥାତ୍ ଏହି ବଙ୍ଗଳା ଉପରେ କୌଣସି ଉଡାଯାହାଜ ଯାତାୟତ କରିପାରିବେ ନାହିଁ । ମେସିଙ୍କ ପାଖରେ କେବଳ ଆଲିସାନ୍ ବଙ୍ଗଳା ନାହିଁ, ମେସିଙ୍କ ପାଖରେ ଏକ ଲଗଯୋରୀ ହୋଟେଲ ମଧ୍ୟ ରହିଛି । ମିମ୍ ସିଜେସ୍’ ନାମକ ଏହି ହୋଟେଲରେ ୭୭ଟି ବେଡରୁମ୍ ରହିଛି । ଯେଉଁ ହୋଟେଲରେ ଗୋଟେ ରାତି ବିତାଇବା ପାଇଁ ୧୦୫ ପାଉଣ୍ଡ ଦେବାକୁ ପଡିଥାଏ । ମେସିଙ୍କ ପାଖରେ ମିମ୍ ସିଜେସ୍’କୁ ଛାଡିଦେଲେ ଅନ୍ୟ ହୋଟେଲ ମଧ୍ୟ ରହିଛି କିନ୍ତୁ ସବୁ ହୋଟେଲ ଠାରୁ ମିମ୍ ସିଜେସ୍’ ଭିନ୍ନ । ଏହି ହୋଟେଲର ଟପ୍ ଫ୍ଲୋରରେ ଏକ ବାର ରହିଛି । ଯାହାର ଛାତ ଉପରୁ ପୂରା ସହର ନଜର ଆସିଥାଏ ।
ମେସିଙ୍କ ଘରେ ଉପଲବ୍ଧ ଥିବା ସୁବିଧା କଥା ଯଦି କହିବା, ତେବେ ଫୁଟବନ୍ ଗ୍ରାଉଣ୍ଡକୁ ଛାଡିଦେଲେ ସ୍ୱିମିଂ ପୁଲ୍, ଇନଡୋର ଜିମ୍, ପିଲାଙ୍କ ପାଇଁ ପ୍ଲେଗ୍ରାଉଣ୍ଡ ରହିଛି । କେବଳ ଘର କି ହୋଟେଲ ନୁହେଁ ମେସିଙ୍କ ପାଖରେ ଲଗଜୋରୀ ପ୍ରାଇଭେଟ୍ ଜେଟ୍ ରହିଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ପ୍ରାଇଭେଟ୍ ଜେଟର ମୂଲ୍ୟ ପ୍ରାୟ ୧୦୦କୋଟି ହେବ । ଏହି ଜେଟରେ ଦୁଇଟି ବାଥରୁମ୍, ଗୋଟିଏ କିଚେନ୍ ଏବଂ ୧୬ଜଣ ଲୋକ ବସିପାରିଲା ଭଳି ବ୍ୟବସ୍ଥା ରହିଛି । ଏହି ପ୍ରାଇଭେଟ୍ ଜେଟକୁ ଆର୍ଜେଣ୍ଟିନାର ଏକ କମ୍ପାନୀ ବନାଇଛି । ପ୍ରାଇଭେଟ୍ ଜେଟକୁ ଛାଡିଦେଲେ ମେସିଙ୍କ ପାଖରେ ସାନ୍ଦାର କାର କଲେକସନ୍ ରହିଛି । ପାଗାନି ଜୋଣ୍ଡା ଟ୍ରାଇକୋଲୋର, ଫରାରୀ F430 ସ୍ପାଇଡର୍, ଡୋଜ୍ ଚାର୍ଜର SRT8 ସମେତ ଅଡି-ରେଞ୍ଜ ରୋଭର ଭଳି ଅନେକ କାର ରହିଛି ।