କନକ ବ୍ୟୁରୋ: ମାଟି କାରିଗରଙ୍କ ନିଖୁଣ କଳାକୃତି । ସୁନ୍ଦର ସୁନ୍ଦର କଳାକୃତି ସହ ତିଆରି କରୁଛନ୍ତି ମାଟିର ଅଳଙ୍କାର । ପିପିଲି ନିଜିଗଡ଼ କୁରିଖୀ ଗାଁର କାଶୀନାଥଙ୍କ ପରିବାର ଦୀର୍ଘ ୨୦ ବର୍ଷ ହେଲା ଏହି ବ୍ୟବସାୟ କରିଆସୁଛନ୍ତି । ମାଟିରେ ହାତୀ, ଘୋଡ଼ା, ସିଂହ, କଣ୍ଢେଇ, ମୁଖା, ଦେବାଦେବୀଙ୍କ ପ୍ରତିମୂର୍ତି ଓ ବିଭିନ୍ନ ପ୍ରକାରର ଘର କରଣା ଜିନିଷ ତିଆରି କରି ବଜାରରେ ବିକ୍ରି କରୁଛନ୍ତି । ଏହି କାମରେ ପୁରା ପରିବାର ସହଯୋଗ କରୁଥିବା ବେଳେ ତାଙ୍କୁ ଉଚିତ୍ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି ।
ମାଟିକୁ ଚକଟି ଏଥିରୁ ଅଖ ସାହାଯ୍ୟରେ ବିଭିନ୍ନ ପ୍ରକାରର ମାଟିର ସାମଗ୍ରୀ ପ୍ରସ୍ତୁତ କରନ୍ତି । ଏଥିରେ ବିଭିନ୍ନ ପ୍ରକାରର ରଙ୍ଗ ଦେଇ ବିକ୍ରି ଉପଯୋଗୀ କରନ୍ତି । ସେହିପରି ମାଟି ଦୀପ, ମାଟି ହାଣ୍ଡି ତିଆରି କରି ବଜାରରେ ବିକ୍ରି କରନ୍ତି । ପ୍ରସ୍ତୁତ ହେଉଥିବା ବିଭିନ୍ନ କଳାକୃତି ଗୁଡ଼ିକୁ ଜଟଣୀ, ଖୋର୍ଦ୍ଧା, ପୁରୀ, କଟକ ଓ ଭୁବନେଶ୍ୱରରେ ବିକ୍ରି କରନ୍ତି ଏହି କାରିଗର ପରିବାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/Screen-Shot-2022-09-25-at-8.38.52-PM.png)