ମେରୀ ଖ୍ରୀଷ୍ଟମାସର ଆସିଲା ରିଭ୍ୟୁ, କାଟ୍ରିନା କେଫ୍ ଏବଂ ବିଜୟ ସେଥୁପତୀଙ୍କ ଜବରଦସ୍ତ ଆକ୍ଟିଂ

217

କନକ ବ୍ୟୁରୋ : କାଟ୍ରିନା କେଫ୍ ଓ ବିଜୟ ସେଥୁପତୀଙ୍କ ଚଳଚିତ୍ର ମେରି ଖ୍ରୀଷ୍ଟମାସ ସିନେମା ହଲରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି । ଏହି ଚଳଚିତ୍ର ଖୁବ୍ ଶୀଘ୍ର ଦର୍ଶକଙ୍କ ନିକଟରେ ପହଂଚିବ । ଏହି ଚଳଚିତ୍ରରେ କାଟ୍ରିନା କେଫଙ୍କ ସହ ଅଭିନେତା ବିଜୟ ସେଥୁପତୀଙ୍କୁ ଦେଖିବା ପାଇଁ ମିଳିବେ । ଏହି ଚଳଚିତ୍ରର ରିଭିୟୁ ମଧ୍ୟ ଆସିଯାଇଛି ଏଥିରେ କାଟ୍ରିନା କେଫଙ୍କ ଆକ୍ଟିଂର ପ୍ରସଂଶା କରାଯାଉଛି । ଏହି ଚଳଚିତ୍ରର ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶନାକୁ ନେଇ ମଧ୍ୟ ଅନେକ ପ୍ରଶଂସା ମିଳୁଛି ।

ଚଳଚିତ୍ର ନିର୍ମାତା ବିଗ୍ନେଶ ଶିବନ ଇନଷ୍ଟା ଷ୍ଟୋରୀରେ , ମେରୀ ଖ୍ରୀଷ୍ଟମାସର ସମୀକ୍ଷା ବାଣ୍ଟିଛନ୍ତି । ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି ଯେ, ପ୍ରତିଭା ଶ୍ରୀରାମ ରାଘବନଙ୍କ ଫିଲ୍ମର ସ୍କ୍ରିନ ପ୍ଲେ ବହୁତ ଭଲ । ବିଜୟ ସେଥୁପତି ଓ କାଟ୍ରିନା କେଫଙ୍କ ପରଫରମାନ୍ସ ବହୁତ ଭଲ ହୋଇଛି । ଏହି ଚଳଚିତ୍ର ଆମକୁ ଆମଫ୍ରେଡ୍ ହିଚକøକ୍ ସମୟକୁ ନେଇକିଯିବ । ଏହି ଚଳଚିତ୍ରରେ ପ୍ରୀତମଙ୍କ ସଙ୍ଗୀତ ହେଉଛି ଏକ ପ୍ରମୁଖ ସ୍ତମ୍ଭ । ଚଳଚିତ୍ରର ଶେଷ ୩୦ ମିନିଟ ବହୁତ ଭଲ । ଜାନୁଆରୀ ୧୨ରେ ପ୍ରେକ୍ଷାଳୟକୁ ଯାଇ ଏହି ଚଳଚିତ୍ରକୁ ଉପଭୋଗ କରନ୍ତୁ ବୋଲି ସେ ଦର୍ଶକଙ୍କୁ ନିବେଦନ କରିଛନ୍ତି ।

ଏହା ବ୍ୟତୀତ ଚଳଚିତ୍ର ବିଶ୍ଲେଷକ ସତୀଶ କୁମାର ଏମ ମଧ୍ୟ ମେରୀ ଖ୍ରୀଷ୍ଟମାସର ପ୍ରସଂଶା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି । ମେରୀ ଖ୍ରୀଷ୍ଟମାସ ଏକ ଭିଣ୍ଟେଜ୍ ଥ୍ରୀଲର ଫିଲ୍ମ ତେଣୁ ଦ୍ୱିତୀୟାର୍ଦ୍ଧରେ ପୋଲିସ ଷ୍ଟେସନ ଦୃଶ୍ୟ ଆକର୍ଷଣୀୟ ଅଛି ।

ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍ ବହୁତ ବର୍ଷ ବ୍ୟବଧାନ ପରେ ମେରୀ ଖ୍ରୀଷ୍ଟମାସ ସହିତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଚଳଚିତ୍ରରେ କାଟ୍ରିନା କେଫ ଏବଂ ବିଜୟ ସେଥୁପତୀଙ୍କ ବ୍ୟତୀତ ସଂଜୟ କପୁର, ବିନୟ ପାଠକ, ପ୍ରତୀମା କନ୍ନନ ଏବଂ ଟିନୁ ଆନନ୍ଦଙ୍କ ଗୁତୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମେରି ଖ୍ରୀଷ୍ଟମାସ ଚଳଚିତ୍ରକୁ ହିନ୍ଦୀ ଓ ତାମିଲ ବାଷାରେ ସୁଟିଂ କରାଯାଇଛି । ରାଧୀକା ଶରତକୁମାର, କେଭିନ ଜୟ ବାବୁ, ରାଜେଶ ଓି୍ୱଲିୟମ୍ସ ଏହାର ତାମିଲ ସଂସ୍କରଣରେ ସହାୟକ ଭୂମିକାରେ ନଜର ଆସିବେ । ବୁଧବାର ଦିନ ମେରୀ ଖ୍ରୀଷ୍ଟମାସର ରାତ ଅକେଲି ହେ ଗୀତ ରିଲିଜ ହୋଇଥିଲା । ଏହି ଗୀତକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

୨୦୧୮ ମସିହାରେ ଶ୍ରୀରାମ ରାଘବନ୍ ଅନ୍ଧାଧୁନ୍ ଚଳଚିତ୍ର ନିର୍ମାଣ କରିଥିଲେ । ଯେଉଁଥିରେ ଆୟୁଷ୍ମାନ ଖୁରାନା ଏବଂ ତବୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚିତ୍ରଟି ସିନେମା ହଲରେ ବ୍ଲକବଷ୍ଟର ହିଟ୍ ହୋଇଥିଲା । ବର୍ତ୍ତମାନ ତାଙ୍କର ମେରୀ ଖ୍ରୀଷ୍ଟମାସ ଜାନୁଆରୀ ୧୨,୨୦୨୪ ରେ ପ୍ରେକ୍ଷାଳୟକୁ ଆସିବା ପାଇଁ ଯାଉଛି । ବକ୍ସ ଅଫିସରେ ଏହି ଚଳଚିତ୍ର କେତେ ଭଲ ପ୍ରଦର୍ଶନ କରୁଛି ତାହା ଦେଖିବାକୁ ଖାଲି ବାକି ଅଛି ।