ଗତ କାଲି ଡିସେମ୍ବର ୨୫ ତାରିଖ । ବଡଦିନକୁ ଆଉ ଗୋଟିଏ ଦିନ ଅପେକ୍ଷା । ଖ୍ରୀଷ୍ଟ ଧର୍ମର ସବୁଠାରୁ ବଡପର୍ବ ହେଉଛି ବଡଦିନ। ଏହି ଦିନ ପ୍ରଭୁ ଯୀଶୁଖ୍ରୀଷ୍ଟ ଧରାପୃଷ୍ଠକୁ ଅବତରଣ କରିଥାନ୍ତି। ସାରା ବିଶ୍ବରେ ଯୀଶୁଙ୍କ ଜନ୍ମ ଦିନକୁ ଅତି ଧୁମଧାମରେ ପାଳନ କରାଯାଏ । ଏହାକୁ ନେଇ ବିଭିନ୍ନ ପ୍ରକାରର ପରମ୍ପରା ମଧ୍ୟ ପ୍ରଚଳିତ ରହିଛି। ଯୀଶୁଙ୍କ ଜନ୍ମଦିନରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଘରକୁ ଅତି ସୁନ୍ଦର ଭାବେ ସଜାଇଥାନ୍ତି । ବିଶେଷ କରି ଘରକୁ ଖ୍ରୀଷ୍ଟମାସ ଟ୍ରି ଆଣି ସଜାଇଥାନ୍ତି । କିଛି ଲୋକ ସାନ୍ତା କ୍ଳଜ୍ ବେଶରେ ପିଲାଙ୍କୁ ଉପହାର ମଧ୍ୟ ଦେଇଥାନ୍ତି । ସମ୍ପର୍କୀୟଙ୍କୁ ଶୁଭେଚ୍ଛା ଜଣାଇବାକୁ କାର୍ଡ ମଧ୍ୟ ଦିଆଯାଏ । ତେବେ ଆସନ୍ତୁ ଜାଣିବା ଏହି ପରମ୍ପରାକୁ ନେଇ ଜଡିତ କିଛି ତଥ୍ୟ ବିଷୟରେ।publive-image

Advertisment

ଖ୍ରୀଷ୍ଟମାସ ଅବସରରେ ସାନ୍ତା କ୍ଳଜଙ୍କ ବିଶେଷ ମହତ୍ତ୍ବ ରହିଛି। ନାଲି ରଙ୍ଗ ଡ୍ରେସ୍ ଓ ଟୋପି ପିନ୍ଧିଥିବା ସାନ୍ତା କ୍ଳଜ ପିଲାଙ୍କୁ ଉପହାର ବାଣ୍ଟୁଥିବା ଟିଭିରେ ଦେଖିବାକୁ ମିଳିଥାନ୍ତି। ସାନ୍ତା କ୍ଳଜ କେହି ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ନୁହେଁ। ଯେ କେହି ସାନ୍ତା କ୍ଳଜ୍ ବେଶ ଧାରଣ କରିପାରିବେ। ସାନ୍ତାଙ୍କ ଏହା ପ୍ରକୃତ ରୂପ ନୁହେଁ। ୧୯ ତମ ଶତାବ୍ଦୀରୁ ସାନ୍ତାଙ୍କ ଏହି ଆଧୁନିକ ରୂପ ପ୍ରଚଳିତ ହୋଇ ଆସୁଛି। ଏହା ପୂର୍ବରୁ ସାନ୍ତାଙ୍କ ଏଭଳି ରୂପ ନଥିଲା। ତେବେ ଆସନ୍ତୁ ଜାଣିବା ପ୍ରକୃତ ସାନ୍ତା କିଏ ଥିଲେ ଏବଂ ତାଙ୍କ ରୂପ କିପରି ଥିଲା। ପ୍ରାୟ ଦେଢ ହଜାର ବର୍ଷ ପୂର୍ବରୁ ନିକୋଲାସ ନାମକ ଏକ ସନ୍ଥଙ୍କ ଜନ୍ମ ହୋଇଥିଲା। ସନ୍ଥ ନିକୋଲାସ ହେଉଛନ୍ତି ପ୍ରକୃତ ସାନ୍ତା। ତାଙ୍କୁ ସାନ୍ତାଙ୍କ ଜନକ ଭାବେ ଜଣାଯାଏ। ତୃତୀୟ ଶତାବ୍ଦୀରେ ଏକ ଧନୀ ପରିବାରରେ ସାନ୍ତା ନିକୋଲାସଙ୍କ ଜନ୍ମ ହୋଇଥିଲା। ଯୀଶୁଙ୍କ ମୃତ୍ୟୁର ପ୍ରାୟ ୨୮୦ ବର୍ଷ ପରେ ତାଙ୍କର ଜନ୍ମ ହୋଇଥିଲା। ସେ ବାଲ୍ୟକାଳରୁ ନିଜ ମାତା-ପିତାଙ୍କୁ ହରାଇଥିଲେ। ଆରମ୍ଭରୁ ନିକୋଲାସ ପ୍ରଭୁ ଯିଶୁଙ୍କ ଭକ୍ତ ଥିଲେ। ସମୟ କ୍ରମେ ସେ ଖ୍ରୀଷ୍ଟଧର୍ମର ପାଦ୍ରି ହେବା ସହ ବିଶପ ବା ଧର୍ମଜାଯକ ହୋଇଥିଲେ। ସନ୍ଥ ନିକୋଲାସ ଅଭାବୀ ଲୋକଙ୍କୁ ଏବଂ ଛୋଟ ପିଲାଙ୍କୁ ଉପହାର ଦେବାକୁ ବହୁତ ପସନ୍ଦ କରୁଥିଲେ। ସେ ଉପହାରଗୁଡିକୁ ବିଳମ୍ବିତ ରାତିରେ ପ୍ରଦାନ କରୁଥିଲେ। କାରଣ ସେ ନିଜର ପରିଚୟ ଗୁପ୍ତ ରଖିବାକୁ ଚାହୁଁଥିଲେ। ଆଧୁନିକ ରୂପରେ ସାନ୍ତାମାନେ ପ୍ରାୟତଃ ଦେଖିବାକୁ ମୋଟା, ମୁହଁରେ ହସ ଓ ଧଳା ଦାଢି ଥାଏ। ସର୍ବଦା ଧଳା ରଙ୍ଗର ନାଲି କୋର୍ଟ ପିନ୍ଧୁଥିବା ଦେଖିବାକୁ ମିଳେ। ଏହା କିନ୍ତୁ ସାନ୍ତାଙ୍କ ପ୍ରକୃତ ରୂପ ନୁହେଁ।

publive-image

କାହିଁକି ସଜାଯାଏ ଖ୍ରୀଷ୍ଟମାସ ଟ୍ରି ? କଣ ରହିଛି ଏହା ପଛର କାରଣ ?

ଏହି ଅବସରରେ ଏକ ସ୍ବତନ୍ତ୍ର ପ୍ରକାର ଟ୍ରି ବା ବୃକ୍ଷକୁ ସଜାଯାଏ । ଏହା ହେଉଛି ଚିରସବୁଜ ଝଙ୍କାଳିଆ ରେଶମୀ ପତ୍ର ଥିବା ବୃକ୍ଷ । ରଙ୍ଗ ବେରଙ୍ଗର ଲାଇଟ୍ସ, ଘଣ୍ଟି, ବଲ୍ ଏବଂ ସୁନ୍ଦର ଜିନିଷରେ ଏହି ବୃକ୍ଷକୁ ସଜାଯାଏ । କୁହାଯାଏ ଯେଉଁ ଘରେ ଏହି ବୃକ୍ଷ ରହିଥାଏ ସେଠାରେ ନକାରାତ୍ମକ ଶକ୍ତିର ପ୍ରଭାବ ରୁହେନାହିଁ । ମାନ୍ୟତା ଅନୁଯାୟୀ ଏହି ବୃକ୍ଷର ସାଜସଜ୍ଜା ପରମ୍ପରା ଜର୍ମାନୀରୁ ଆରମ୍ଭ ହୋଇଛି । ଯେବେ ଯୀଶୁ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରିଥିଲେ ସେବେ ଦେବତାମାନେ ଏକ ଚିରସବୁଜ ଝଙ୍କାଳିଆ ରେଶମୀ ପତ୍ର ଥିବା ବୃକ୍ଷକୁ ସଜାଇ ତାଙ୍କ ମାତା ପିତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେବେଠାରୁ ପ୍ରତିବର୍ଷ ଏହି ବୃକ୍ଷକୁ ଖ୍ରୀଷ୍ଟମାସ ଟ୍ରି ର ପ୍ରତିକ ଭାବେ ମାନ୍ୟତା ମିଳିଛି । ଇଂରେଜ ଧର୍ମ ପ୍ରଚାରକ ବୋନିଫେନ୍ସ ଟୁୟୋ ନାମକ ଜଣେ ବ୍ୟକ୍ତି ଏହି ପରମ୍ପରା ଆରମ୍ଭ କରିଥିଲେ । ଖ୍ରୀଷ୍ଟମାସ ଟ୍ରିକୁ ସଜାଇ ଘରର ମୁଖ୍ୟ ଦ୍ବାରର ଡାହାଣ ଦିଗରେ ରଖିବା ଉଚିତ୍ । ଏହା ଦ୍ବାରା ଜୀବନର ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ ।

publive-image

-ଇଂଲଣ୍ଡରେ ଯେକୌଣସି ବ୍ୟକ୍ତିର ଜନ୍ମ ଉତ୍ସବ, ବିବାହ ଏବଂ ମୃତ୍ୟୁ ଅବସରରେ ଖ୍ରୀଷ୍ଟମାସ ଟ୍ରି ଲଗାଇବାର ପରମ୍ପରା ରହିଛି। ଏହି ବୃକ୍ଷକୁ ଲଗାଇ ସୁଖମୟ ଜୀବନର କାମନା କରାଯାଏ ।

-ମାନ୍ୟତା ଅନୁଯାୟୀ ଏହି ବୃକ୍ଷ ଆଦମ(ପ୍ରଥମ ପୁରୁଷ)ଙ୍କ ବଗିଚାରେ ଥିଲା । ଇଭ୍ ଙ୍କ ଇଚ୍ଛା ପୂରଣ କରିବା ପାଇଁ ଆଦମ ସେହି ବୃକ୍ଷର ଫଳ ତୋଳି ଆଣିଥିଲେ । କିନ୍ତୁ ସେହି ବୃକ୍ଷର ଫଳ ନ ତୋଳିବା ପାଇଁ ପରମେଶ୍ବରଙ୍କ ଆଦେଶ ଥିଲା । ତେଣୁ ଫଳ ତୋଳା ଯିବା ପରେ ସେହି ବୃକ୍ଷ ପତ୍ର ମଧ୍ୟ ଝାଉଁଳି ଯାଇ ଝଡି ପଡିଥିଲା । ଏହା ସହ ବୃକ୍ଷ ମଧ୍ୟ ଆଉ ବଢି ନଥିଲା । ଯେତେବେଳେ ଯୀଶୁ ଧରାପୃଷ୍ଠରେ ଅବତରଣ କରିଥିଲେ, ସେତେବେଳେ ପୁଣି ସେହି ବୃକ୍ଷ ବଢିବାରେ ଲାଗିଥିଲା ।publive-image

-୧୬ତମ ଶତାବ୍ଦୀରେ ଜର୍ମାନୀରେ ଆଦମ ଓ ଇଭ୍ ର ନାଟକ ହେଉଥିବା ସମୟରେ ପର ବୃକ୍ଷ ବା ଚିରସବୁଜ ଝଙ୍କାଳିଆ ରେଶମୀ ପତ୍ର ଥିବା ବୃକ୍ଷ ରଙ୍ଗମଞ୍ଚ ଉପରେ ରଖାଯାଉଥିଲା । ଏହା ସହ ମଞ୍ଚ ଉପରେ ପିରାମିଡ ମଧ୍ୟ ରଖାଯାଉଥିଲା । ସମୟ କ୍ରମେ ପିରାମିଡ୍ ଓ ବୃକ୍ଷକୁ ଏକତ୍ର କରାଯାଇ ପିରାମିଡ୍ ଢାଞ୍ଚାରେ ଏହି ବୃକ୍ଷକୁ ଖ୍ରୀଷ୍ଟମାସ ଟ୍ରି ନାମରେ ଜଣାଗଲା ।