ଆଜି ପବିତ୍ର ବଡଦିନ । ପ୍ରଭୁ ଯୀଶୁଙ୍କ ଧରାବତରଣ । ସ୍ୱାଗତ କରି ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ସମବେତ ପ୍ରାର୍ଥନା

ପୁରୀ ବେଳାଭୂମିରେ ବିଶାଳ ସାନ୍ତାକ୍ଲଜ ସହ ଯୀଶୁ ଆଧାରିତ ବାଲୁକାକଳା

250

କନକ ବ୍ୟୁରୋ: ପବିତ୍ର ବଡଦିନ । ଆଜିର ଦିନରେ ଧରାବରଣ କରିଥିଲେ ପ୍ରଭୁ ଯୀଶୁ । ଯେଉଁ ଲାଗି ଆଜି ଆଉ ଯୀଶୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କରିଛି ପୃଥିବୀ  । ଚର୍ଚ ପରିସରରେ ଶୋଭାପାଉଛି ଖ୍ରୀଷ୍ଟମାସ ଲ୍ୟାମ୍ପ । ଝୁଲୁଛି ଜିଙ୍ଗଲ ବେଲ । ଝଲସୁଛି  ବିଭିନ୍ନ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷ । ମଧ୍ୟରାତ୍ରି ଯାଏଁ ଚାଲିଥିଲା ସମବେତ ସଙ୍ଗୀତ । ଚର୍ଚରେ ଗହଳିଚହଳି ବଢ଼ିବାରେ ଲାଗିଥିଲା ମଧ୍ୟରାତ୍ରିରେ । ଶୀତକୁ ଖାତିର ନକରି ମଧ୍ୟରାତ୍ରି ଯାଏଁ ଶ୍ରଦ୍ଧାଳୁ ଶୁଣୁଥିଲେ ଯୀଶୁଙ୍କ ପବିତ୍ର ବାଣୀ । ବିଶ୍ୱାସ ଅନୁସାରେ ଠିକ ମଧ୍ୟରାତ୍ରିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଜନ୍ମନେଇଥିଲେ ଯୀଶୁ । ଏହା ପରେ ଆରମ୍ଭ ହୋଇଥିଲା ଶୁଭେଚ୍ଛାର ପର୍ବ ।

ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଏଥିପାଇଁ ସଜେଇ ହେଇଛି ବିଭିନ୍ନ ଚର୍ଚ । ସୁନ୍ଦର ଆଲୋକମାଳା ସହ ଝଲସୁଛି ଚର୍ଚ । ମଧ୍ୟରାତ୍ରରୁ ପ୍ରଭୁ ଯୀଶୁ ଜନ୍ମ ନେବା ଅବସରରେ ଆରମ୍ଭ ହୋଇଛି ସେଲିବ୍ରେସନ୍ । ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ବହୁ ଧୂମଧାମରେ ପାଳନ କରାହେଉଛି କ୍ରିସମାସ । ସାରା ଦେଶରେ ବଡ ଦିନ ପାଳନର ଧୁମ୍ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଚର୍ଚ ସଜେଇ ହୋଇଛି । ସେହିପରି କଟକ, ବ୍ରହ୍ମପୁର, ରାଉରକେଲାରେ ବି ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମଧ୍ୟରେ କ୍ରିସମସକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଦିଲ୍ଲୀ ଓ ଲକ୍ଷøରେ ବି କ୍ରିସମାସ ବଡ ଧୂମଧାମରେ ପାଳନ କରାଯାଉଛି ।

ଅନ୍ୟ ପଟେ, ବଡଦିନ ହେଉଛି ଖୁସିର ପର୍ବ । ବଡ ଦିନ ଅବସରରେ ଖୁସି ବାଂଟିବା ପାଇଁ ଓଡିଶାର ନମ୍ବର ୱାନ୍ ଏଫଏମ୍ ଷ୍ଟେସନ ରେଡିଓ ଚକଲେଟ୍-୧୦୪ ଏଫଏମ୍, ଏସପ୍ଲାନେଡ୍ ମଲର ସହଯୋଗରେ ପାଳନ କରୁଛି ମିଠା ମିଠା କ୍ରିସମସ୍ । କୁନି କୁନି ପିଲାମାନେ ସାଂତା ବେଶରେ ସଜେଇ ହୋଇ ପ୍ରଥମେ ଦିବ୍ୟଜ୍ୟୋତି ଆଶ୍ରମରେ ଅନାଥ ପିଲାଙ୍କୁ ଉପହାର ଓ ଚକଲେଟ୍ ବାଂଟିଥିଲେ । ପରେ ସପିଂ ମଲ୍ ଯାଇ ସେଠାରେ ମଧ୍ୟ ଉପହାର ଓ ଚକଲେଟ୍ ବାଂଟିଥିଲେ । ମିଠା ମିଠା କ୍ରିସମସ୍ ପାଳନ ଅବସରରେ ରେଡିଓ ଚକଲେଟର ଆରଜେ, ଶ୍ରୀକ୍ରୀଷ୍ଣା ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଏସପ୍ଲାନେଡ୍ ମଲ୍ ବୁଲାଇନେଇଥିଲେ । ଫୁଡ୍ କୋର୍ଟରେ ଭୋଜନ କରାଇବା ସହ ବିଗ୍ ବଜାରରେ ଫ୍ରି ସପିଂ କରାଇଥିଲେ । ରେଡିଓ ଚକଲେଟ୍ ତରଫରୁ ସପିଂ ମଲରେ କଲଚରାଲ୍ ଇଭିନିଂ ମିଠା ମିଠା କ୍ରିସମସ୍ ପାଳନ ହୋଇଛି । ଓଲିଉଡର ଲୋକପ୍ରିୟ ସିଙ୍ଗର ଏଥିରେ ଗୀତ ପରିବେଷଣ କରିଥିଲେ ।

ସେପଟେ ପୁରୀ ବେଳାଭୂମିରେ ବଡ଼ଦିନ ଉପଲକ୍ଷେ ବାଲୁକା କଳା ହୋଇଛି । ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି ଦେଖିôବାକୁ ବେଶ ଭିଡ଼ ଜମିଛି । ବାଲୁକାରେ ସାଂଟାକ୍ଲଜର ବିରାଟ କଳା ତିଆରି କରିଛନ୍ତି ସୁଦର୍ଶନ । ବଡଦିନରେ ସାରା ବିଶ୍ୱକୁ ଖୁସି ବାଂଟିବାକୁ ସାଂଟା ଆସୁଥିବା ବାଲୁକା କଳାରେ ଦର୍ଶାଇଛନ୍ତି ସୁଦର୍ଶନ ପଟ୍ଟନାୟକ ।

ପୃଥିବୀର ପ୍ରତ୍ୟେକ କୋଣ ଆଜି ସଜେଇ ହୋଇଛି ପ୍ରଭୁ ଯୀଶୁଙ୍କ ଜନ୍ମ ପାଇଁ । ଏହାକୁ ଧୁମଧାମରେ ପାଳନ କରିବାକୁ ସାରାଦେଶରେ ଥିବା ଚର୍ଚ୍ଚ ଗୁଡିକରେ ଚଳଚଂଚଳ ହୋଇପଡିଛି । ରାତିରୁ ଚର୍ଚ୍ଚରେ ଖ୍ରୀଷ୍ଟମାସ୍ ପାଳନ କରାଯାଇଛି । ବଡ଼ ଦିନ ପାଇଁ ସବୁଠି ଆନନ୍ଦର ପରିବେଶ ଥିବା ବେଳେ ସୋରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି  ।