ଶକ୍ତିଶାଳୀ ଥିଲା ବିପିନ ରାୱତଙ୍କ ହେଲିକପ୍ଟର: କେମିତି ହେଲା ଦୁର୍ଘଟଣା? ଜାଣନ୍ତୁ, ହେଲିକପ୍ଟର ବିଶେଷତ୍ୱ

452

କନକ ବ୍ୟୁରୋ: ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବାୟୁସେନା ହେଲିକପ୍ଟର ଏମଆଇ-୧୭ଭି-୫ର ରହିଛି ଅନେକ ବିଶେଷତ୍ୱ । ଏହା ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଟ୍ରାନ୍ସପୋର୍ଟ ହେଲିକପ୍ଟର । ବିଶେଷ କରି ଉଦ୍ଧାର କାର୍ଯ୍ୟ, ସେନା ପରିବହନ, ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତରଣ, ଫାୟାର ସପୋର୍ଟ ଓ ପାଟ୍ରୋଲିଙ୍ଗ କାମରେ ବ୍ୟବହାର ହୋଇଥାଏ । ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ହେଲିକପ୍ଟର ଭାବେ ଏହାର ଖ୍ୟାତି ରହିଛି । ଆବଶ୍ୟକ ପଡ଼ିଲେ ଏହା ଯୁଦ୍ଧ କରିବାକୁ ମଧ୍ୟ ସକ୍ଷମ । ରୁଷିଆ ନିର୍ମିତ ଏହି ହେଲିକପ୍ଟର ୩୬ ଜଣ ସଶସ୍ତ୍ର ସୈନିକଙ୍କୁ ନେଇ ଉଡାଣ କରିବାକୁ ସକ୍ଷମ । ଏଥିରେ ମିଜାଇଲ, ଏସ-୮ ରକେଟ ଲଂଚର, ୨୩ ଏମଏମ ମେସିନ ଗନ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ହେଲିକପ୍ଟରର ସିକ୍ୟୁରିଟି ଫିଚର ମଧ୍ୟ ବେଶ ଶକ୍ତିଶାଳୀ ।

ଏମଆଇ-୧୭ ଭି-୫ ହେଲିକପ୍ଟର । ରୁଷିଆ ନିର୍ମିତ ଏହି ଅତ୍ୟାଧୁନିକ ହେଲିକପ୍ଟର ଯେତିକି ଶକ୍ତିଶାଳୀ, ସୁରକ୍ଷା ଦୃଷ୍ଟି କୋଣରୁ ସେତିକି ମଜବୁତ । ନଜର ପକାନ୍ତୁ ଏହାର ବିଶେଷତ୍ୱ ଉପରେ ।
ଏମଆଇ-୧୭ ଭି-୫ ହେଲିକପ୍ଟର

– ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ହେଲିକପ୍ଟର
– ରହିଛି ଡବଲ ଇଂଜିନ, ବିପରୀତ ପରିସ୍ଥିତି ଉଡ଼ାଣ ଭରିବା କ୍ଷମତା
– ସମୁଦ୍ର ପଥ, ମରୁଭୂମି ଏବଂ ସିଆଚିନ୍ ଗ୍ଲାସିଅର ଭଳି ଭିନ୍ନ ଭିନ୍ନ ପାଣିପାଗରେ ସହଜରେ ଉଡାଣ ଭରିପାରେ
– ୨୦୧୩ରେ ବାୟୁସେନାରେ ସାମିଲ ହୋଇଥିଲା ଋଷିଆ ନିର୍ମିତ ଏମଆଇ-୧୭ଭି-୫
– ହେଲିକପ୍ଟର କ୍ୟାବିନ୍ର ଫ୍ଲୋର୍ ଏରିଆ ୧୨.୫ ମିଟରରେ ୨୩ମିଟର
– ହେଲକପ୍ଟରରେ ରହିଛି ପାରାଚ୍ୟୁଟ ଉପକରଣ, ସର୍ଚ୍ଚ ଲାଇଟ୍, ଫ୍ଲିର ସିଷ୍ଟମ୍
– ଏମଆଇ-୧୭ଭି-୫ ର ଧାରଣ କ୍ଷମତା ୧୩ ହଜାର କିଲୋଗ୍ରାମ
– ଏକା ସାଙ୍ଗେ ୩୬ ଜଣ ସଶସ୍ତ୍ର ସୈନିକଙ୍କୁ ନେଇ ଉଡିପାରେ
– ଏଥିରେ ସଟର୍ମ-ଭି ମିଜାଇଲ, ଏସ-୮ ରକେଟ ଲଂଚର, ୨୩ ଏମଏମ ମେସିନ ଗନ, ପିକେଟି ମେସିନ୍ ଗନ୍, ଏକେଏମ୍ ସବମେରାଇନ୍ ଗନ୍ ଭଳି ଅସ୍ତ୍ର ରହିଛି
– ଘଂଟାକୁ ୨୫୦ କିଲୋମିଟର ବେଗରେ ଏହା ଉଡିପାରେ

ଉଦ୍ଧାର କାର୍ଯ୍ୟ, ସେନା ପରିବହନ, ଅସ୍ତ୍ରଶସ୍ତ୍ର ସ୍ଥାନାନ୍ତରଣ, ଫାୟାର ସପୋର୍ଟ ଓ ପାଟ୍ରୋଲିଙ୍ଗ କାମରେ ଏହା ବ୍ୟବହାର ହେବା ସହ ଭିଭିଆଇପିଙ୍କ ପରିବହନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ ।
ଏମଆଇ-୧୭ ଭି-୫ ହେଲିକପ୍ଟର
– ବିଶ୍ୱର ସବୁଠୁ ସୁରକ୍ଷିତ ହେଲିକପ୍ଟର ମାନଙ୍କ ମଧ୍ୟରେ ଏହା ଅନ୍ୟତମ
– ସୁରକ୍ଷା ପାଇଁ ଉଭୟ ପାଶ୍ୱର୍ରେ ଶକ୍ତିଶାଳୀ ପ୍ଲେଟ୍ ଲଗାଯାଇଛି
– ଇନ୍ଧନ ଟାଙ୍କିର ସୁରକ୍ଷା ପାଇଁ ଏଥିରେ ଫୋମ୍ ପଲିୟୁରେଥେନ୍ ଭର୍ତି କରାଯାଇଛି
– ଇନ୍ଫ୍ରାରେଡ୍ ପ୍ରତିରୋଧକ ଏବଂ ଜାମର ରହିଛି ଏହି ହେଲିକପ୍ଟରରେ

୬,୦୦୦ ମିଟର ଉଚ୍ଚ ଅଲଟିଚ୍ୟୁଡରେ ଉଡିବା ପାଇଁ ଏହା ସମର୍ଥ ଥିବାରୁ ଶତ୍ରୁଙ୍କୁ ମାତ ଦେବାରେ ଏହା ବେଶ ସକ୍ଷମ । ଏହି ଶକ୍ତିଶାଳୀ ହେଲିକପ୍ଟରର ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି ।