କନକ ବ୍ୟୁରୋ : ବିଦ୍ୟାଳୟର ଅବହେଳା ଯୋଗୁଁ ମେଧାବୃତି ପାଇବାରୁ ବଂଚିତ ହେଲେ ମେଧାବୀ ଛାତ୍ର । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଶିକ୍ଷା ଜିଲ୍ଲା ଅଧିନରେଥିବା ନାଲିବର ଉଚ୍ଚ ବିଦ୍ୟାଳୟରୁ ଏମିତି ଏକ ଅବହେଳାର ଚିତ୍ର ସାମ୍ନାକୁ ଆସିଛି । ୨୦୧୫-୧୬ଶିକ୍ଷାବର୍ଷରେ ରୁଦ୍ର ମାଧବ ଆଚାର୍ଯ୍ୟ, ନ୍ୟାସନାଲ କମ୍ ମେରିଟ ସ୍କଲାରସିପରେ ସଫଳତା ହାସଲ କରିଥିଲେ । ରୁଦ୍ରଙ୍କୁ ପ୍ରମାଣପତ୍ର ମଧ୍ୟ ମିଳିଥିଲା । କିନ୍ତୁ ମେଧାବୃତିର ପ୍ରତ୍ସୋହନ ରାଶି ବାବଦକୁ ୫୦ହଜାର ଟଙ୍କା ଏପର୍ଯ୍ୟନ୍ତ ମିଳିନାହିଁ ।
ଏହାରି ଭିତରେ ୬ବର୍ଷରୁ ଅଧିକ ସମୟ ବିତିଗଲାଣି କିନ୍ତୁ ତାଙ୍କୁ ମେଧାବୃତି ରାଶି ଏପର୍ଯ୍ୟନ୍ତ ମିଳିନାହିଁ । ଫଳରେ ସେ ଉଚ୍ଚଶିକ୍ଷାରୁ ବଂଚିତ ହେଉଛନ୍ତି । ୨୦୧୫-୧୬ ମସିହାରେ ସ୍କୁଲରେ ଥିବା ପ୍ରଧାନଶିକ୍ଷକଙ୍କ ଅବହେଳା ଯୋଗୁଁ ରୁଦ୍ରମାଧବ ଆଚାର୍ଯ୍ୟ ମେଧାବୃତି ରାଶି ପାଇପାରୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ରୁଦ୍ରଙ୍କ ବାପା, ମାଆ ନାଲିବାରି ହାଇସ୍କୁଲ, ବ୍ଲକ ଓ ଶିକ୍ଷା ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।