ମେଡିକାଲ କଲେଜ ନାମଲେଖା ପାଇଁ ଆଜି ଆସିବ ମେଧା ତାଲିକା । ସଂଖ୍ୟାକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ

169

କନକ ବ୍ୟୁରୋ : ଆଜି ମେଡିକାଲ ନାମଲେଖା ମେଧା ତାଲିକା ଆସିବ । ସଂଧ୍ୟାରେ ପ୍ରୋଭିଜନାଲ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ବୋଲି ଜଣାପଡିଛି । ହେଲେ ଏପର୍ଯ୍ୟନ୍ତ ସିଟ୍ ସଂଖ୍ୟା ପ୍ରକାଶ ପାଇନାହିଁ । ଡିଏମଇଟି ସିଟ୍ ସଂଖ୍ୟାକୁ ନେଇ ତଥ୍ୟ ଦେଉନଥିବାରୁ ଛାତ୍ରଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଛି । ଏମିତିକି ଚଏସ ଫିଲିଂ ଏବଂ ଲକିଂ କେବେ କରାଯିବ ତାହା ସ୍ପଷ୍ଟ ହୋଇନାହିଁ ।
ରାଜ୍ୟରେ କେଉଁ ମେଡିକାଲ କଲେଜରେ ଏଥର ନାମଲେଖା ହେବେ, କେତେ ସଂଖ୍ୟକ ଏମବିବିଏସ ଓ ବିଡିଏସ ସିଟରେ ନାମଲେଖା କରାଯିବ, ଗତବର୍ଷ ତୁଳନାରେ ଏଥର ସିଟ୍ ବଢିବ ନା କମିବ ତାକୁ ନେଇ ମୁଖ୍ୟତଃ ଦ୍ୱନ୍ଦ୍ୱ ଉୁପୁଜିଛି । ଓଡିଶାରୁ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ହଜାର ୭୦୦ ପିଲା ମେଡିକାଲ ନାମଲେଖା ଲାଗି ନାମ ପଂଜୀକରଣ କରିଛନ୍ତି । ଗତ ୧୨ରୁ ୧୮ ମଧ୍ୟରେ ଚାଲିଥିବା ଏହି ପଂଜୀକରଣ ପ୍ରକ୍ରିୟାରେ ବହୁ ଛାତ୍ରଛାତ୍ରୀ ଭାଗ ନେଇନଥିବା ଜଣାପଡିଛି ।