ରାଜ୍ୟରେ କମୁଛି ପାରଦ, ବଢୁଛି ଶୀତ : ୫ ସହରରେ ୧୫ ଡିଗ୍ରୀ ତଳେ ତାପମାତ୍ରା; ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଓଡିଶାକୁ ପ୍ରବେଶ କରୁଛି ଥଣ୍ଡା ଓ ଶୁଷ୍କ ବାୟୁ

ଆଗକୁ ଆହୁରି ଖସିପାରେ ପାରା

62

କନକ ବ୍ୟୁରୋ : ରାଜ୍ୟର ୫ ସହରରେ କମୁଛି ତାପମାତ୍ରା । ୫ ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ସୋନପୁରରେ ସବୁଠାରୁ କମ୍ ୧୧.୮ ଡିଗ୍ରୀ ରେକର୍ଡ ହୋଇଛି । ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ କ୍ରମାଗତ ଭାବେ କମୁଛି ତାପମାତ୍ରା ।

ଏହାର ପ୍ରଭାବରେ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବାର ସଂଭାବନା ଥିବା ବେଳେ ଦକ୍ଷିଣ ଓଡିଶାର ୩ରୁ ୪ ଡିଗ୍ରୀ ତଳକୁ ଖସିବା ସଂଭାବନା ରହିଛି । ଭୁବନେଶ୍ୱରରେ ୨୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Comments are closed.