କନକ ବ୍ୟୁରୋ : ରାଜ୍ୟର ୫ ସହରରେ କମୁଛି ତାପମାତ୍ରା । ୫ ସହରର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ସୋନପୁରରେ ସବୁଠାରୁ କମ୍ ୧୧.୮ ଡିଗ୍ରୀ ରେକର୍ଡ ହୋଇଛି । ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ କ୍ରମାଗତ ଭାବେ କମୁଛି ତାପମାତ୍ରା ।
ଏହାର ପ୍ରଭାବରେ ଉତ୍ତର ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବାର ସଂଭାବନା ଥିବା ବେଳେ ଦକ୍ଷିଣ ଓଡିଶାର ୩ରୁ ୪ ଡିଗ୍ରୀ ତଳକୁ ଖସିବା ସଂଭାବନା ରହିଛି । ଭୁବନେଶ୍ୱରରେ ୨୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/13-8.jpg)