ରାଜ୍ୟର ୧୩ଟି ସହରର ପାରଦ ୧୫ ଡ଼ିଗ୍ରୀ ତଳେ : ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୮.୫ ଡ଼ିଗ୍ରୀ ରେକର୍ଡ଼

204

କନକ ବ୍ୟୁରୋ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଶୀତ ଲହରୀ । ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୯ଡ଼ିଗ୍ରୀ ତଳକୁ ଖସି ଆସିଛିି । ଗତ ଦୁଇ ତିନ ଦିନ ଭିତରେ ତାପମାତ୍ରା ହଠାତ୍ ଖସିଆସି ୯ ଡ଼ିଗ୍ରୀରେ ପହଂଚିଛି । ସେହିପରି ବାଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀ, ବେଲଘରରେ ୯ଦଶମିକ୫ , ଜି.ଉଦୟଗିରିରେ ୧୧ ଡ଼ିଗ୍ରୀ ତାପମାତ୍ରା ରହିଛି । ଶୀତ ପ୍ରଭାବରୁ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ତେବେ ଶୀତରୁ ରକ୍ଷା ପାଇବା ପାଇଁ ଲୋକ ସ୍ଥାନେ ସ୍ଥାନେ ନିଆଁ ପୋଉଁଥିବାର ଦେଖିବାକୁ ମିଳିଛି ।

ରାଜ୍ୟର ୧୩ ଟି ସହରର ପାରଦ ୧୫ ଡ଼ିଗ୍ରୀ ତଳେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୮.୫ ଡ଼ିଗ୍ରୀ ରେକର୍ଡ଼ ; ସୋନପୁର ୯.୪ , ଫୁଲବାଣୀ ୧୦.୫,ଅନୁଗୁଳରେ ୧୧ , ବାରିପଦା ୧୨,କେନ୍ଦୁଝରରେ ୧୨ , ଝାରସୁଗୁଡ଼ାରେ ୧୨.୨ , ଭବାନୀପାଟଣା ୧୨.୨ , ତାଳଚେର ୧୨.୩ , କୋରାପୁଟ ୧୨.୬,ବୌଦ୍ଧ ଓ କଟକ ୧୪ , ବଲାଙ୍ଗୀର ୧୪.୮ ଏବଂ ଭୁବନେଶ୍ୱରରେ ୧୬ ଡ଼ିଗ୍ରୀ ରେକର୍ଡ଼  ।