ପ୍ରଥମଥର ପାଇଁ କରୋନା ବିରୋଧରେ ଆସୁଛି ଟାବଲେଟ୍ : ମୋଲନୁ ପିରାଭିର ନାଁରେ ଟାବଲେଟ୍ ଆଣୁଛି ଆମେରିକୀୟ କମ୍ପାନୀ

103

କନକ ବ୍ୟୁରୋ : କରୋନା ମହାମାରୀକୁ ଦୁଇ ବର୍ଷ ପୁରିବାକୁ ଯାଉଛି । ଏପର୍ଯ୍ୟନ୍ତ ଏହି ରୋଗର ଉପଶମ ପାଇଁ କୌଣସି ନିର୍ଦ୍ଧିଷ୍ଟ ଔଷଧ ବାହାରିନାହିଁ । କେବଳ ବିକଳ୍ପ ଔଷଧ ଗୁଡିକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସାମିଲ କରାଯାଇଛି । ଏହାରି ଭିତରେ କରୋନାକୁ ଭଲ କରିବା ପାଇଁ ଏକ ଟାବଲେଟ ଆସିବାକୁ ଯାଉଛି । ମୋଲନୁ-ପିରାଭିର ନାଁରେ ଏହି ଟାବଲେଟ ଆଣିବାକୁ ଯାଉଛି ଆମେରିକୀୟ କମ୍ପାନୀ ମର୍କ ଏବଂ ଏହାର ସହଯୋଗୀ ରିଜବ୍ୟାକ ବାୟୋ-ଥେରା-ପିୟୁଟିକ୍ସ ।

ଆମେରିକାରେ ଏହି ଟାବଲେଟର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି କମ୍ପାନୀ । କାରଣ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଟାବଲେଟଟି କରୋନା ଆକ୍ରାନ୍ତଙ୍କ ବିରୋଧରେ ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଏହି ଟାବଲେଟ ଖାଇବା ଫଳରେ ରୋଗୀ ଗୁରୁତର ହେବା କିମ୍ବା ମୃତ୍ୟୁ ହେବାର ଆଶଙ୍କା ୫୦ପ୍ରତିଶତ କମିଯାଉଛି । ଆମେରିକାର ବିଭିନ୍ନ ହସ୍ପିଟାଲରେ ଥିବା ପ୍ରାୟ ୭୭୫ଜଣ କରୋନା ଆକ୍ରାନ୍ତଙ୍କ ଉପରେ ଏହି ପରୀକ୍ଷଣ ହୋଇଥିଲା । ମୋଲନୁ-ପିରାଭିର ଖାଇଥିବା ରୋଗୀଙ୍କର ଆଦୌ ମୃତ୍ୟୁ ହୋଇନଥିବା ବେଳେ ଟାବଲେଟ ଖାଇନଥିବା ୮ଜଣଙ୍କର ୨୯ଦିନ ପରେ ମୃତ୍ୟୁ ହୋଇଥିଲା ।