ଦୋଳ-ହୋଲି ପାଇଁ ବିଏମସିର ଗାଇଡଲାଇନ୍ । ଜାଣନ୍ତୁ କ’ଣ ରହିଲା କୋଭିଡ୍ ନିୟମ ।

254

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା-ହୋଲି ପାଇଁ ବିଏମସିର ଗାଇଡଲାଇନ୍ । ଦୋଳଯାତ୍ରାରେ ସାମିଲ ହୋଇପାରିବେ ମାତ୍ର ୬ ଜଣ । ଶୋଭାଯାତ୍ରାକୁ ନା, ଦୋଳକୁ କାନେ୍ଧଇବା ବ୍ୟକ୍ତି ମାସ୍କ ପିନ୍ଧିବେ । ଦୋଳ ମେଳଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଜଣଙ୍କୁ ଅନୁମତି । ସମସ୍ତେ ସାମାଜିକ ଦୂରତାକୁ ପାଳନ କରିବା ସହ ସମସ୍ତ କୋଭିଡ୍ ନିୟମ ପାଳନ ପାଇଁ ନିର୍ଦ୍ଦେଶ ।

ଏପରିକି ଦୋଳ ମେଳଣ ପଡ଼ିଆରେ ଯାତ୍ରା, ଅର୍କେଷ୍ଟ୍ରା ଓ ମୀନାବଜାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସବୁଠାରୁ ବଡ଼କଥା ହେଲା କି, ଆୟୋଜକମାନେ ବିଏମସି ନିକଟରୁ ଏକ ଲିଖିତ ଅନୁମତି ନେବେ । ଦୋଳପୂର୍ଣ୍ଣିମାର ନୀତିକାନ୍ତି ମନ୍ଦିର ଭିତରେ ମଧ୍ୟ ପାଳନ କରିପାରିବେ । କଟକଣା ଭିତରେ ଏଥର ପାଳନ ହେବ ଦୋଳ ପୂର୍ଣ୍ଣିମୀ ।