ପାଗଳ ପୁଅ ବୁଝିଲାନି ମା’ର ମମତା ! ଖାଇବା ଆଣିବାରେ ବିଳମ୍ବ ହେବାରୁ ପୁଅ ନେଇଗଲା ମା’ର ଜୀବନ ।

58

ଝାରଖଣ୍ଡର ଧନବାଦ ଜିଲ୍ଲାରେ ଜଣେ ପୁଅ ନିଜ ମାକୁ ପିଟି ପିଟି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସର କହିବା କଥା ଅଭିଯୁକ୍ତଙ୍କ ମାନସିକ ସ୍ଥିତି ଠିକ ନାହିଁ । ତେବେ ଅଭିଯୁକ୍ତ ପୁଅକୁ ପୋଲିସ ହେପାଜତରେ ନେଇଛି ।

ଏଭଳି ଏକ କଷ୍ଟଦାୟକ ଘଟଣା ଧନବାଦର ତିଲକରାୟଡୀହ ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୧୦ ଟାରେ ୨୧ ବର୍ଷୀୟ ଅଭିଯୁକ୍ତ ପୁଅ ନିଜ ମାକୁ ଖାଇବା ପାଇଁ ମାଗିଥିଲା । ଖାଇବା ଆଣିବାରେ ମା ଟିକିଏ ବିଳମ୍ବ କରିଥିଲେ । ଆଉ ଏତିକି କଥାରେ ରାଗିଯାଇଥିଲା ଅଭିଯୁକ୍ତ ପୁଅ । ଏକ ବାଡିରେ ନିଜ ମା’କୁ ପିଟିବା ଆରମ୍ଭ କରିଦେଇଥିଲା । ଅଭିଯୁକ୍ତ ପୁଅ ଜଣଙ୍କ ମା’କୁ ଏତେ ମାରିଥିଲା ଯେ, ଘଟଣାସ୍ଥଳରେ ହିଁ ମା’ର ମୃତ୍ୟୁ ହୋଇଥିଲା । ନିଜ ମା’ର ହତ୍ୟା କରିବା ପରେ ମାନସିକ ସ୍ଥିତି ଠିକ ନଥିବା ଅଭିଯୁକ୍ତ ପୁଅ ନିଜ ଭଉଣୀ ଏବଂ ଭାଉଜଙ୍କୁ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲା ।

କିନ୍ତୁ ଯେକୌଣସି ପ୍ରକାରେ ତାର ଭଉଣୀ ଏବଂ ଭାଉଜ ସେଠାରୁ ଦୌଡି ପଳେଇବା ସହ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ଏହା ପରେ ସେମାନେ ପାଟି ଆଖପାଖରେ ଥିବା ପଡୋଶୀମାନଙ୍କୁ ଡାକିଥିଲେ ଏବେ ପୁରା ଘଟଣା ସମ୍ପର୍କରେ କହିଥିଲେ ।

ଘଟଣା ସମ୍ପର୍କରେ ଜାଣିବା ପରେ ପଡୋଶୀମାନେ ଅଭିଯୁକ୍ତ ପୁଅକୁ ଧରି ଏକ ରୁମରେ ବନ୍ଦ କରିଦେଇଥିଲେ । ଆଉ ଏହା ପରେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ଗୋବିନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ହେପାଜତରେ ନେଇଥିଲା । ତେବେ ଅଭିଯୁକ୍ତ ପୁଅର ପରିବାର ଲୋକେ କହିଛନ୍ତି ଯେ, ଅଭିଯୁକ୍ତର ମାନସିକ ସ୍ଥିତି ଠିକ ନାହିଁ । ଏବଂ ଜଣେ ଡାକ୍ତରଙ୍କ ପାଖରେ ତାର ଚିକିତ୍ସା ମଧ୍ୟ କରାଯାଉଥିଲା ।