ପୁରୁଷ ବିଶ୍ୱକପ ହକିର ସେମିରେ ପଂହଚିଲେ ଅଷ୍ଟ୍ରେଲିଆ ଓ ବେଲିଜୟମ । ଆଜିି ଖେଳାଯିବ ଆଉ ଦୁଇଟି କ୍ୱାର୍ଟର ଫାଇନାଲ

95

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ଓ ବେଲଜିୟମ ପୁରୁଷ ବିଶ୍ୱକପ ହକିର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ୩ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ, ସ୍ପେନକୁ ୪-୩ ଗୋଲରେ ହରାଇଛି ।

ସେପଟେ ନ୍ୟୁଜିଲାଣ୍ଡକୁ ୨-୦ରେ ହରାଇ ଦ୍ୱିତୀୟ ଦଳ ଭାବେ ସେମିରେ ପଂହଚିଛି ବେଲଜିୟମ । ଦଳ ତରଫରୁ ପ୍ରଥମ କ୍ୱାର୍ଟରରେ ଗୋଲ ଦେଇଥିଲେ ବୋନ ଟୋମ । ନ୍ୟୁଜିଲାଣ୍ଡ ୨୯ ମିନିଟରେ ପ୍ରଥମ ପେନାଲଟି ସୁଯୋଗ ପାଇଥିଲେ ବି ଗୋଲ ହୋଇପାରିନଥିଲା । ଅନ୍ୟପକ୍ଷରେ ଆଜି ନେଦରଲ୍ୟାଣ୍ଡ କୋରିଆ ଓ ଇଂଲଣ୍ଡ –ଜର୍ମାନୀ ମଧ୍ୟରେ ମୁକାବିଲା ହେବ ।