ଜୁନିଅର ହକି ବିଶ୍ୱକପ : ପ୍ରଥମ ମ୍ୟାଚ୍ ଜିତିଲା ବେଲଜିୟମ; ୫-୧ ରେ ସାଉଥ୍ ଆଫ୍ରିକାକୁ ହରେଇଲା ବେଲଜିୟମ

94

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଜୁନିଅର ହକି ବିଶ୍ୱକପ୍ । ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ଜିତିଲା ବେଲଜିୟମ୍ । ୫-୧ରେ ସାଉଥ୍ ଆଫ୍ରିକାକୁ ପରାସ୍ତ କରିଛି ବେଲଜିୟମ୍ । ବେଲଜିୟମ୍ ପକ୍ଷରୁ ଡି ରୋମାନ ସର୍ବାଧିକ ୨ଟି ଗୋଲ୍ ଦେଇଥିଲେ । ସାଉଥ୍ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ୍ ଗୋଟିଏ ପେନାଲ୍ଟି କର୍ଣ୍ଣର ଗୋଲ ଦେଇଥିଲେ ।

୫ଟି ଗୋଲ ମଧ୍ୟରେ ୨ଟି ପେନାଲ୍ଟି କର୍ଣ୍ଣର ଓ ୩ଟି ଫିଲ୍ଡ ଗୋଲ ହୋଇଥିଲା । ଆଜି ରାତି ୮ଟାରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ମୁକାବିଲା ହେବ । ତେବେ ଏହି ବିଶ୍ୱକପରେ ଦର୍ଶକଙ୍କୁ ଅନୁମତି ମିଳି ନାହିଁ । କରୋନାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯାଉଛି । ଷ୍ଟାଡିୟମକୁ ଯିବାକୁ ଦର୍ଶକଙ୍କୁ ଅନୁମତି ନାହିଁ । ଜୁନିୟର ହକି ବିଶ୍ୱକପ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।