କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ହକି ବିଶ୍ୱକପ୍। ପ୍ରଥମ ମ୍ୟାଚ୍ ପୂର୍ବରୁ ବେଲଜିୟମ୍ ଦଳର ଚାଲିଛି ଜୋରଦାର ପ୍ରାକ୍ଟିସ

141

କନକ ବ୍ୟୁରୋ: କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉତ୍ସବ ପରେ ଏବେ ସମସ୍ତଙ୍କ ନଜର କଳିଙ୍ଗ ହକି କମ୍ପେ୍ସସରେ ଷ୍ଟିକ ଚାଳନା ଉପରେ । ଆଜି ପ୍ରଥର ଦିନରୁ ହିଁ ଭାରତ ତାର ଅଭିଯାନ ଆରମ୍ଭ କରିବ । ନୀଳ ଟର୍ଫରେ ଧଳା ବଲକୁ ନେଇ ପୁଲ ସିର ଉଭୟ ମ୍ୟାଚ ଖେଳାଯିବ । ସନ୍ଧ୍ୟା ୫ଟାରେ ବେଲଜିୟମ ବନାମ କାନାଡା ଏବଂ ୭ଟାରେ ଭାରତ ବନାମ ଦକ୍ଷିଣ-ଆଫ୍ରିକା ପରଷ୍ପରକୁ ଭେଟିବେ । ଦୀର୍ଘ ୪୩ ବର୍ଷ ଧରି ବିଶ୍ୱକପ ପଦ ବିହୀନ ଥିବା ଭାରତ ଏଥର ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ।

ଆଜିର ମ୍ୟାଚରେ ଭାରତ ଅପେକ୍ଷାକୃତ କମ ମାନ୍ୟତାପ୍ରାପ୍ତ ଆଫ୍ରିକାକୁ ଭେଟିବାକୁ ଯାଉଥିବାରୁ ଭାରତର ମନୋବଳ ଦୃଢ ରହିଛି । ବିଶ୍ୱ ହକିରେ ଭାରତର ମାନ୍ୟତା ୫ ନମ୍ବରରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ମାନ୍ୟତା ୧୫ତମ ସ୍ଥାନରେ ରହିଛି । ଏଥିପାଇଁ ବେଲଜିୟମ ଟିମ ଅଭ୍ୟାସ କରିଛି । ତେବେ ସନ୍ଧ୍ୟାର ମ୍ୟାଚ ପୂର୍ବରୁ ଏହି ଅଭ୍ୟାସ କରାଯାଇଛି । ଏହା ସହ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଉପରେ ବି ସମସ୍ତଙ୍କ ନଜର ରହିଛି ।

ସେପଟେ,ବିଶ୍ୱକପ ହକି ପାଇଁ ଆଜି ଏକ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏହି ଡାକଟିକେଟ ଉନ୍ମୋଚନ କରିଛନ୍ତି । ଭିନ୍ନ ଭିନ୍ନ ୫ଟି ଡାକଟିକେଟ ଉନ୍ମୋଚିତ ହୋଇଛି । ଗତକାଲି କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ଉଦଘାଟନୀ ସହ ଆରମ୍ଭ ହୋଇଛି ।