ବିଦେଶୀ ଖେଳାଳୀଙ୍କୁ ପରଷାଗଲା ଓଡ଼ିଆ ଖାଦ୍ୟ : ଭାତ,ଡାଲମା ,ପୁରୀ ଖାଇଲେ ଦକ୍ଷିଣ ଆଫ୍ରିକା ଟିମ୍

252

କନକ ବ୍ୟୁରୋ : ଆସନ୍ତା ୧୩ ତାରିଖରୁ ହକି ବିଶ୍ୱକପ୍ । ଏଥିପାଇଁ ଉତ୍ସବମୁଖର ରାଜଧାନୀ ଭୁବନେଶ୍ୱର । ଓଡ଼ିଶା ଆସି ସାରିଥିବା ବିଦେଶୀ ଖେଳାଳି ରାଜଧାନୀର ବିଭିନ୍ନ ହୋଟେଲରେ ରହୁଛନ୍ତି । ଖେଳାଳିଙ୍କ ସୁରକ୍ଷା ସହ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଟିମ୍ ଗୁଡ଼ିକର ନିଜସ୍ୱ ଡାଏଟ୍ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପ୍ରସ୍ତୁତ ହେଉଛି ଖାଦ୍ୟ । ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ଦଳର ଖେଳାଳି । ଏଠାରେ ରହୁଥିବା ଖେଳାଳିମାନେ ଓଡ଼ିଆ ଖାଦ୍ୟର ମଜା ନେଉଛନ୍ତି ।

– ସକାଳ ଜଳଖିଆରେ ଟୋଷ୍ଟ ଏବଂ ବ୍ରାଉନି ସହ କେନ୍ ଜୁସ୍
– ମେନ୍ୟୁରେ ରହିଛି କ୍ଷୀର ସହ ଅଣ୍ଡାର ଏକ ଡିସ୍
– ଓଡ଼ିଆ ଖାଦ୍ୟ ସଂସ୍କୃତିକୁ ମଧ୍ୟ ଖେଳାଳିଙ୍କ ମଧ୍ୟରେ ପ୍ରମୋଟ କରାଯାଇଛି
– ପ୍ରାଥମିକ ପର୍ଯ୍ୟାୟରେ ଡାଲମା, ଭାତ ସହ ପୁରୀ ଖାଇଲେ ଖେଳାଳି
– ଗେମ୍ର ଦୁଇ ଘଂଟା ପୂର୍ବରୁ ଛେନାପୋଡ ଓ ରସଗୋଲା ଖେଳାଳିଙ୍କ ପସନ୍ଦ
– ଖେଳାଳିଙ୍କୁ ପରଶା ଯିବ ପଖାଳ, ଭଜା ଓ ବଡିଚୁରା
– ଦହି ବାଇଗଣ ଭଳି ଖାଦ୍ୟ ଖେଳାଳିଙ୍କୁ ଚଖାଇବାକୁ ଯୋଜନା
– ଅଧିକାଂଶ ଖେଳାଳିଙ୍କ ମେନ୍ୟୁରେ ଚିକେନ୍ ସାମିଲ
– ସର୍ଟେଡ୍, ଚିଲି ଗାର୍ଲିକ୍ ଓ ଗ୍ରିଲଡ୍ ଚିକେନ୍ ଖାଇବାକୁ ପସନ୍ଦ
– ମାଛ ଖାଇବାକୁ ପସନ୍ଦ କରୁନାହାନ୍ତି ଅନେକ ଖେଳାଳି
– ମେନ୍ୟୁରେ ରଖାଯାଇଛି ପିନଟ୍ ବଟର ଓ ହନି