କନକ ବ୍ୟୁରୋ: ଭାରତ ଫେରିଲେ ଅଲମ୍ପିକ୍ ବିଜେତା ହକି ଟିମ । ଅଲିମ୍ପିକ ବ୍ରୋଞ୍ଜ ବିଜେୟୀ ଭାରତୀୟ ଟିମ ଦିଲ୍ଲୀରେ ପହଞ୍ଚିବା ପରେ ଦିଆଯାଇଥିଲା ଭବ୍ୟ ସ୍ୱାଗତ । ଢୋଲ, ନଗାଡାର ତାଳେ ତାଳେ ନାଚିଥିଲେ ଖେଳାଳିମାନେ । ଭାରତରେ ପହଞ୍ଚିବାରେ ପରେ ଦେଶବାସୀଙ୍କୁ ସମର୍ଥନ ପାଇଁ ଜଣାଇଛନ୍ତି ହକି ଟିମ ଖେଳାଳିମାନେ ।

  • ଭାରତ ଫେରିଲେ ହକି ଚାମ୍ପିଅନ
  • ପଦକ ବିଜେତାଙ୍କୁ ଭବ୍ୟ ସ୍ବାଗତ

ପ୍ୟାରିସରେ ହକିରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଟିମ୍ ଆଜି ଦେଶରେ ପହଞ୍ଚିଛି । ଆଉ ଭାରତୀୟ ପହଞ୍ଚିବା ପରେ ନାଚ ଗୀତରେ କମ୍ପିଥିଲା ଦିଲ୍ଲୀ ବିମାନ ବନ୍ଦର । ଖେଳାଳିଙ୍କୁ ସ୍ୱାଗତ ପାଇଁ ପହଞ୍ଚିଥିଲେ କ୍ରୀଡାପ୍ରେମୀ ଓ ପରିବାର ସଦସ୍ୟ । ଢୋଲ, ନଗାଡା ସହ ଖେଳାଳିଙ୍କୁ ଜୋରଦାର ସ୍ୱାଗତ କରିଥିଲେ ଫ୍ୟାନ୍ସ ମାନେ । କାହିଁକି ନା ବିଶ୍ୱର କ୍ରୀଡା ମହାକୁମ୍ଭ ଅଲମ୍ପିକରେ ବାଜି ମାରିଛି ଭାରତୀୟ ହକି ଟିମ୍ ।

  • ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ଖେଳାଳି
  • ଖେଳାଳିଙ୍କ ଉପରେ ପୁରସ୍କାର ବର୍ଷା

୫୨ ବର୍ଷ ପରେ ଭାରତକୁ ମିଳିଛି ଲଗାତାର ସଫଳତା । ଆଉ ଏହାର ସବୁ ଶ୍ରେୟ ଖେଳାଳିଙ୍କ କଠିନ ପରିଶ୍ରମ ପାଇଁ ସମ୍ଭବ ହୋଇଛି । ସେମିରୁ ବିବାଦୀୟ ଭାବରେ ଆଉଟ ହେବା ପରେ ସ୍ପେନକୁ ୨-୧ ଗୋଲରେ ହରାଇ ଭାରତ ଜିତିଲା ବ୍ରୋଞ୍ଜ । ଅଧିନାୟକ ହରମନପ୍ରିତ ସିଂଙ୍କ ଡବଲ ଗୋଲ । ସେହିପରି ଶ୍ରୀଜେଶଙ୍କ ମଧ୍ୟ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ମ୍ୟାଚ ବେଳେ । ଟୋକିଓ ପରେ ପ୍ୟାରିସ ଅଲମ୍ପିକ୍ସରେ ବି ଭାରତ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି । ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତୀୟ ହକି ବ୍ରୋଞ୍ଜ ପଦକ ଜିତିବାରେ କରିପାରିଛି ରେକର୍ଡ ।