ସୁଲତାନପୁରରୁ ପରାଜିତ ହେଲେ ମେନକା ଗାନ୍ଧୀ । ସମାଜବାଦୀ ପ୍ରାର୍ଥୀଙ୍କ ଠାରୁ ହେଲେ ପରାଜିତ

Advertisment
ସୁଲତାନପୁରରୁ ପରାଜିତ ହେଲେ ମେନକା ଗାନ୍ଧୀ । ସମାଜବାଦୀ ପ୍ରାର୍ଥୀଙ୍କ ଠାରୁ ହେଲେ ପରାଜିତ

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ସୁଲତାନପୁର ଲୋକସଭା ଆସନରୁ ବିଜେପି ଟିକେଟରୁ ଲଢୁଥିବା ମେନକା ଗାନ୍ଧୀ ପରାଜିତ ହୋଇଛନ୍ତି । ସେ ତାଙ୍କ ନିକଟତ ପ୍ରତିଦ୍ୱନ୍ଦୀ ତଥା ସମାଜବାଦୀ ପାର୍ଟି ନେତା ରମ୍ଭୁଅଲ ନିସାଦଙ୍କ ଠାରୁ ପରାଜିତ ହୋଇଛନ୍ତି । ମେନକା ଗାନ୍ଧୀଙ୍କୁ ୩ ଲକ୍ଷ ୯୪ ହଜାର ୨୧୬ ଖଣ୍ଡ ଭୋଟ ମିଳିଥିବା ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରମ୍ଭୁଅଲ ନିସାଦଙ୍କୁ ୪ ଲକ୍ଷ ୩୮ ହଜାର ୧୧୨ ଖଣ୍ଡ ଭୋଟ ମିଳିଛି । ଅର୍ଥାତ ମେନକା ଗାନ୍ଧୀ ରମ୍ଭୁଅଲଙ୍କ ଠାରୁ ୪୩ ହଜାର ୮୯୬ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି । ଏହି ଆସନରେ ବିଏସପି ବି ଭଲ ଭୋଟ ପାଇଛି । ବିଏସପି ପ୍ରାର୍ଥୀ ଉଦରାଜ ବର୍ମାଙ୍କୁ ୧ ଲକ୍ଷ ୫୯ ହଜାର ୯୫୩ ଖଣ୍ଡ ଭୋଟ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe