କନକ ବ୍ୟୁରୋ : ଦିଲ୍ଲୀର ବହୁ ଚର୍ଚ୍ଚିତ, ବର୍ବର, ଭୟାନକ ଓ ବିଭତ୍ସ ଶ୍ରଦ୍ଧାର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲର ଡିସେମ୍ବର ୧ରେ ହୋଇପାରେ ନାର୍କୋଟେଷ୍ଟ । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଦିଲ୍ଲୀ ପୁଲିସ ଅପରାଧୀ ଅଫତାବର ନାର୍କୋଟେଷ୍ଟ ପାଇଁ ଯେଉଁ ଆବେଦନ କରିଥିଲେ ସେଥିରେ ଦିଲ୍ଲୀ ସାକେତ କୋର୍ଟ ସବୁଜ ସଂକେତ ଦେଇଛନ୍ତି । ଏହା ପୂର୍ବରୁ ଏବେ ଅଫତାବର ଚାଲିଛି ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ଟେଷ୍ଟ ସମୟରେ ଅଫତାବ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଥିବା ଜଣାପଡିଛି । ଅପରାଧୀ କହିଛି ସେ ଏହି ହତ୍ୟା ପାଇଁ ବିଲକୁଲ ବି ଅନୁତପ୍ତ ନୁହେଁ । ଯଦି ତାକୁ ଫାଶୀ ଖୁଂଟରେ ଝୁଲାଇ ଦିଆଯାଏ ତଥାପି ତାର କୌଣସି ଭୟ ନାହିଁ ।

Advertisment

ସୋମବାର ଅଫତାବର ପଲିଗ୍ରାଫ ଟେଷ୍ଟ ପରେ ପୁଲିସ ଯେଉଁ ସମୟରେ ତିହାର ଜେଲକୁ ଫେରୁଥିଲା ଠିକ୍ ସେହି ସମୟରେ ଏଫଏସଏଲ ସାମ୍ନାରେ କିଛି ଲୋକ ପହଁଚିଥିଲେ ଓ ଅଫତାବ ଉପରକୁ ଖଣ୍ଡାରେ ଆକ୍ରମଣ ପାଇଁ ଚେଷ୍ଟା କରିଥିଲେ । ପ୍ରାୟ ୧୫ ଜଣ ଲୋକ ପୋଲିସ୍ ଭ୍ୟାନ୍ ଉପରେ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରି୍ଥିଲେ । ଏହି ଆକ୍ରମଣକାରୀ ଏକ ଭ୍ୟାନ୍ରେ ଆସିଥିବା ବେଳେ ସେମାନଙ୍କ ଗାଡିରୁ ହାତୁଢୀ-୪/୫ଟି ଖଣ୍ଡା ଦେଖିବାକୁ ମିଳିଛି । ପୋଲିସ ତୁରନ୍ତ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି । ଘଟଣା ପରଠୁ ଅଫତାବର ସୁରକ୍ଷା ବୃଦ୍ଧି କରାଯାଇଛି ।

ସେପଟେ ଅଫତାବର ଦିଲ୍ଲୀ ଘରେ ଛାନଭିନ କରିବା ସମୟରେ ପୁଲିସ ହାତରେ ହାତରେ ଆଉ କିଛି ସୁରାକ ଲାଗିଛି । ରୋଷେଇ ଘରୁ କିଛି ରକ୍ତ ଛିଟା ମିଳିଥିବା ସୂଚନା ରହିଛି । ଏବେ ତିହାର ଜେଲରେ ବିଚାରବିଭାଗୀୟ ହାଜତରେ ରହୁଛି ଅଫତାବ୍ । ଡିସେମ୍ବର ୮ ତାରିଖ ଯାଏଁ ଏଠାରେ ରହିବେ ।