ମହିଳା ସ୍ୱରରେ ପୁରୁଷ କରୁଥିଲେ ଟଙ୍କା ଲୁଟ । ଜଗତସିଂହପୁରରୁ ଠକାମୀର ଜାଲ୍ ବିଛାଇଥିଲା ରଜନୀକାନ୍ତ ।

ପୁଲିସ ଗିରଫ କରିବା ପରେ ସାମ୍ନାକୁ ଆସିଲା ପୂରା କାହାଣୀ

135

କନକ ବ୍ୟୁରୋ: ମହିଳା ସ୍ୱରରେ ପୁରୁଷ କରୁଥିଲେ ଟଙ୍କା ଲୁଟ୍ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଗତସିଂହପୁରରୁ ଠକାମୀର ଜାଲ୍ ବିଛାଇଥିଲା ରଜନୀକାନ୍ତ । ଯିଏ ପଞ୍ଚମ ଯାଏ ପାଠ ପଢିଥିଲା । ବେଙ୍ଗାଲୁରୁରେ ରୋଷେୟା ଭାବେ କାମ କରୁଥିଲା । ହେଲେ ମହିଳାଙ୍କ ସ୍ୱର ବଦଳାଇ ପାରୁଥିବା ଆପ ଡାଉନଲୋଡ କରି ଗୁଜରାଟର ଅବସରପ୍ରାପ୍ତ ଅଧିକାରୀଙ୍କ ଠାରୁ ଲୁଟିନେଲା ଲକ୍ଷାଧିକ ଟଙ୍କା । ପୁଲିସ ଗିରଫ କରିବା ପରେ ସାମ୍ନାକୁ ଆସିଛି ଏହି ପୂରା କାହାଣୀ ।

  • ଯୁବକଙ୍କ ପାଇଁ ସାଜୁଥିଲେ ଯୁବତୀ
  • ଯୁବତୀ ପାଇଁ ପାଲଟୁଥିଲେ ଯୁବକ
  • ଯୌନ ଲାଳସା ଦେଖାଇ କରୁଥିଲେ ଲୁଟ୍

ଚକାଚକ୍ ଚେହେରା, ହଟ୍ଟାକଟା ଯୁବକ । ଯିଏ ଏହି ଯୁବକଙ୍କ କାରନାମା ଶୁଣିବ ବୋଧେ ମୁଣ୍ଡରେ ହାତ ଦେଇଦେବ । ପାଠ ପଢ଼ିଛନ୍ତି ମାତ୍ର ପଞ୍ଚମ କ୍ଲାସ୍ । ହେଲେ ମୋବାଇଲ ଚାଳନା କ୍ଷେତ୍ରରେ ସିଦ୍ଧହସ୍ତ । ଆଉ ଏହି କୌଶଳକୁ ଲୁଟର ମାଧ୍ୟମ ଭାବେ ବାଛି ନେଇଥିଲେ ଏହି ଯୁବକ । ପୁରୁଷଙ୍କୁ ମହିଳା ଏବଂ ମହିଳାଙ୍କୁ ପୁରୁଷ ବନି ଲୁଟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଜଗତସିଂହପୁର ନାଉଗାଁ ଥାନା ବାଂଶ ଗୋବରୀକୁଳ ଗାଁର ଏହି ଯୁବକ ରଜନୀକାନ୍ତ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିିଛି ପୁଲିସ ।

  • ମୋବାଇଲ ଆପ୍ ଜରିଆରେ ବଦଳାଉଥିଲେ ସ୍ୱର
  • ଅଶ୍ଳୀଳ ଫଟୋ ପଠାଇ ଦେଖାଉଥିଲେ ଯୌନ ଲାଳସା

ପ୍ଲେ-ଷ୍ଟୋରରେ ଉପଲବ୍ଧ ଥିବା ଆପକୁ ବ୍ୟବହାର କରି ସ୍ୱର ବଦଳାଇ କଥା ହେଉଥିଲେ । ଆଉ ଯିଏ ଫାଶରେ ପଡ଼ିଯାଉଥିଲା । ଏଡିଡେଡ୍ ଫଟୋ ଦେଖାଇ ବ୍ଲାକମେଲ କରୁଥିଲେ । ଗୁଜୁରାଟର ଜଣେ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା । ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ହେଲେ ଜଗତସିଂପୁର ଜିଲ୍ଲାରେ ୨ ଜଣ ମହିଳାଙ୍କୁ ନିଜର ଶିକାର କରିବା ପରେ ପୂରା କାରନାମାର ପର୍ଦ୍ଦାଫାସ ହୋଇଯାଇଥିଲା ।

ସୂଚନା ଅନୁସାରେ ୫ମ ପଢ଼଼ିଥିବା ରଜନିକାନ୍ତ ବେଙ୍ଗାଳୁରୁ ସହରର ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିଲା । ସେଇଠୁ ଥାଇ ଏକାଧିକ ରାଜ୍ୟର ମହିଳା ଓ ପୁରୁଷକୁ ନିଜର ଶିକାର ବନାଉଥିଲା । ହେଲେ ପୂରା କାରନାମାର ଏବେ ପର୍ଦ୍ଦାଫାସ ହୋଇଛି ।