ହାଏରେ ପ୍ରେମ… , ପ୍ରେମିକାର ମହଙ୍ଗା ସଉକ୍ ପୁରଣ କରିବା ପାଇଁ ପ୍ରେମିକ ପାଲଟିଲା ଚୋର : ୨୦ ରୁ ଅଧିକ ଗାଡି ଚୋରୀ କରି ପ୍ରେମିକାକୁ ଧରି ବୁଲିବା ସହ ପାର୍ଟି କରୁଥିଲା ପ୍ରେମିକ, ଥାନାକୁ ବାନ୍ଧିନେଲା ପୋଲିସ୍ ।

303

ପ୍ରେମିକାର ମହଙ୍ଗା ସଉକ୍ ପୁରଣ କରିବା ମହଙ୍ଗା ପଡିଛି ପ୍ରେମିକଙ୍କୁ । ପ୍ରେମିକାକୁ ଖୁସି କରାଇବା ପାଇଁ ପାର୍ଟିର ଆୟୋଜନ ଏବଂ ମହଙ୍ଗା କାର୍ ଚୋରୀ କରି ବୁଲାଇବା ଅଭିଯୋଗରେ ଭୋଲା ଗ୍ୟାଙ୍ଗର ୩ ଜଣ ଚୋରଙ୍କୁ ଉତ୍ତରପ୍ରଦେଶ ସାହିବାବାଦ୍ ପୋଲିସ୍ ଶନିବାର ଗିରଫ କରିଛି । ଚୋରଙ୍କ ପାଖରୁ ୨ ଟି କାର୍ , ୨ ଟି ବାଇକ୍ , ଗୋଟିଏ ସ୍କୁଟି ଏବଂ ୩ ଟି ଚାକୁ ଜବତ କରାଯାଇଛି ।

ଏସପି ମନିଷ୍ ମିଶ୍ରା କହିଛନ୍ତି ଯେ ଅଭିଯୁକ୍ତଙ୍କ ନାଁ ଅମିତ୍ , କାର୍ତ୍ତିକ ଏବଂ ବିକାଶ । ଏହି ୩ ଜଣ ଅଭିଯୁକ୍ତ ଭୋଲା ଗ୍ୟାଙ୍ଗ ସହ ଜଡିତ ଅଛନ୍ତି । ଏହି ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ କରୁଛି ପୋଲିସ୍ । ଏସପି ମିଶ୍ରାଙ୍କ କହିବାନୁସାରେ , ଅଭିଯୁକ୍ତ ଅମିତ୍ ପୂର୍ବରୁ ଗ୍ୟାରେଜ୍ ରେ କାମ କରୁଥିଲା ତେଣୁ ଗାଡିର ଲକ୍ ଭାଙ୍ଗିବାରେ ସେ ସିଦ୍ଧହସ୍ତ ।

ଶୂନସାନ୍ ସ୍ଥାନରେ ଥିବା ଗାଡିର ଲକ୍ ଭାଙ୍ଗି ସେ ଗାଡି ଚୋରୀ କରୁଥିଲା । ଅଭିଯୁକ୍ତ କିଛି ଦିନ ଚୋରୀଗାଡିରେ ପ୍ରେମିକାଙ୍କୁ ଧରି ବୁଲାଉଥିଲେ , ପାର୍ଟି କରୁଥିଲେ ଏବଂ ପରେ ଏହାକୁ ଚୋର ବଜାରରେ ବିକ୍ରି କରୁଥିଲେ । ପଚରାଉଚରା ସମୟରେ ଏଭଳି ଭାବେ ୨୦ ରୁ ଅଧିକ ଗାଡି ଚୋରୀ କରିଥିବା ସ୍ୱୀକାର କରିଥିଲେ ଅଭିଯୁକ୍ତ ।

Comments are closed.