ପ୍ରେମିକାର ମହଙ୍ଗା ସଉକ୍ ପୁରଣ କରିବା ମହଙ୍ଗା ପଡିଛି ପ୍ରେମିକଙ୍କୁ । ପ୍ରେମିକାକୁ ଖୁସି କରାଇବା ପାଇଁ ପାର୍ଟିର ଆୟୋଜନ ଏବଂ ମହଙ୍ଗା କାର୍ ଚୋରୀ କରି ବୁଲାଇବା ଅଭିଯୋଗରେ ଭୋଲା ଗ୍ୟାଙ୍ଗର ୩ ଜଣ ଚୋରଙ୍କୁ ଉତ୍ତରପ୍ରଦେଶ ସାହିବାବାଦ୍ ପୋଲିସ୍ ଶନିବାର ଗିରଫ କରିଛି । ଚୋରଙ୍କ ପାଖରୁ ୨ ଟି କାର୍ , ୨ ଟି ବାଇକ୍ , ଗୋଟିଏ ସ୍କୁଟି ଏବଂ ୩ ଟି ଚାକୁ ଜବତ କରାଯାଇଛି ।
ଏସପି ମନିଷ୍ ମିଶ୍ରା କହିଛନ୍ତି ଯେ ଅଭିଯୁକ୍ତଙ୍କ ନାଁ ଅମିତ୍ , କାର୍ତ୍ତିକ ଏବଂ ବିକାଶ । ଏହି ୩ ଜଣ ଅଭିଯୁକ୍ତ ଭୋଲା ଗ୍ୟାଙ୍ଗ ସହ ଜଡିତ ଅଛନ୍ତି । ଏହି ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନ କରୁଛି ପୋଲିସ୍ । ଏସପି ମିଶ୍ରାଙ୍କ କହିବାନୁସାରେ , ଅଭିଯୁକ୍ତ ଅମିତ୍ ପୂର୍ବରୁ ଗ୍ୟାରେଜ୍ ରେ କାମ କରୁଥିଲା ତେଣୁ ଗାଡିର ଲକ୍ ଭାଙ୍ଗିବାରେ ସେ ସିଦ୍ଧହସ୍ତ ।/kanak/media/post_attachments/wp-content/uploads/2020/01/Dealing-with-car-theft-insurance-300x157.jpg)
ଶୂନସାନ୍ ସ୍ଥାନରେ ଥିବା ଗାଡିର ଲକ୍ ଭାଙ୍ଗି ସେ ଗାଡି ଚୋରୀ କରୁଥିଲା । ଅଭିଯୁକ୍ତ କିଛି ଦିନ ଚୋରୀଗାଡିରେ ପ୍ରେମିକାଙ୍କୁ ଧରି ବୁଲାଉଥିଲେ , ପାର୍ଟି କରୁଥିଲେ ଏବଂ ପରେ ଏହାକୁ ଚୋର ବଜାରରେ ବିକ୍ରି କରୁଥିଲେ । ପଚରାଉଚରା ସମୟରେ ଏଭଳି ଭାବେ ୨୦ ରୁ ଅଧିକ ଗାଡି ଚୋରୀ କରିଥିବା ସ୍ୱୀକାର କରିଥିଲେ ଅଭିଯୁକ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/CHORO.jpg)
/kanak/media/post_attachments/wp-content/uploads/2020/01/Driving-Heavy-Vacation-Travel-Two-People-Drive-Rid-4277-300x245.jpg)
/kanak/media/post_attachments/wp-content/uploads/2020/01/108608543_01letter1-300x168.jpg)