ଏହି ଦେଶରେ ପୁରୁଷଙ୍କ ପାଇଁ ରହିଛି ଏଭଳି ଅଜବ ନିୟମ, ଦୁଇଟି ବିବାହ ନକଲେ କଠୋର ଦଣ୍ଡ

285

କନକ ବ୍ୟୁରୋ : ଭାରତରେ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପୂର୍ବରୁ ଦ୍ୱିତୀୟ ବିବାହ କରିବା ଆଇନତ ଅପରାଧ । ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ବାହାଘରକୁ ନେଇ ଅଲଗା ଅଲଗା ଆଇନ ରହିଛି । ହେଲେ ବିଶ୍ୱର ଏମିତି ଏକ ଦେଶ ରହଛି ଯେଉଁଠାରେ ପୁରୁଷମାନେ ଦୁଇଟି ବିବାହ ନକଲେ ସେଠିକାର ଆଇନ ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିଥାଏ ।

ଆଫ୍ରିକା ମହାଦୀପରେ ବାହାଘରକୁ ନେଇ କିଛି ଭିନ୍ନ ଆଇନ ରହିଛି । ହେଲେ ସେଠାରେ ପ୍ରଚଳିତ ଆଇନ ସାରା ବିଶ୍ୱରେ କେଉଁଠି ବି ଦେଖିବାକୁ ମିଳିନଥାଏ । ଏଠାରେ ଯଦି କୌଣସି ପୁରୁଷ ଦ୍ୱିତୀୟ ବିବାହ କରିବାକୁ ରାଜି ନହୁଅନ୍ତି ତେବେ ସେଠିକାର ଆଇନ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥାଏ । ଆପଣ ଏଭଳି ଖବର ଜାଣି ନିଶ୍ଚିତ ଭାବୁଥିବେ କି କାହିଁକି ଏହି ଦେଶରେ ପୁରୁଷ ମାନଙ୍କୁ ଦ୍ୱିତୀୟ ବିବାହ କରିବାକୁ ବାଧ୍ୟ କରାଯାଏ । ଆସନ୍ତୁ ଜାଣିବା କଣ ରହିଛି ଏହା ପଛର ରହସ୍ୟ ।

ଆଫ୍ରିକା ମହାଦୀପର ଏହି ଦେଶରେ ବିବାହକୁ ନେଇ ସବୁଠାରୁ ନିଆରା ଆଇନ ରହିଛି । ଏହି ଅଫ୍ରିକୀୟ ଦେଶର ନାମ ଇରିଟ୍ରିଆ । ଏଠାରେ ପୁରୁଷ ମାନଙ୍କୁ ଦୁଇଟି ବିବାହ କରିବା ବାଧ୍ୟତାମୂଳକ । ଏହା ପୁରୁଷ ଖୁସିମନରେ ରାଜି ହେଉ କି ଦୁଖ କରୁ, କିନ୍ତୁ ତାଙ୍କୁ ତାଙ୍କ ଜୀବନ କାଳରେ ଦୁଇଟି ବିବାହ କରିବାକୁ ପଡିବ ।

ସବୁଠାରୁ ବଡକଥା ଯଦି ଏହି ଦେଶର କୌଣସି ପୁରୁଷ ଦୁଇଟି ବାହାହେବା କିମ୍ବା ସ୍ତ୍ରୀଙ୍କୁ ରଖିବାକୁ ମନାକରେ ତେବେ ତାଙ୍କ ବିରୋଧରେ ଆଇନଗତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହି କ୍ରମରେ ତାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଏ । ଏହି ଦେଶର ମହିଳାଙ୍କ ପାଇଁ ଏଭଳି ଆଇନ ପ୍ରସ୍ତୁତ କରାଯାଇଛି । କାରଣ ଇରିଟ୍ରିଆରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବହୁ ଅଧିକ । ଇରିଟ୍ରିଆ ଓ ଇଥୋପିଆ ମଧ୍ୟରେ ଗୃହଯୁଦ୍ଧ ଚାଲିଥିବାରୁ ଇରିଟ୍ରିଆର ଅଧିକାଂଶ ପୁରୁଷ ସେନାରେ ରହିଛନ୍ତି । ତେଣୁ ଦିନକୁ ଦିନ ଇରିଟ୍ରିଆରେ ପୁରୁଷଙ୍କ ସଂଖ୍ୟା କମିବାରେ ଲାଗିଛି ।

ଅନ୍ୟପଟେ ଏଠାରେ ବି ମହିଳାଙ୍କ ପାଇଁ କଠୋର ଆଇନ ବ୍ୟବସ୍ଥା ରହିଛି । ଜଣେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ବିବାହକୁ ଆଇନଗତ ଭାବେ ଅଟକାଇ ପାରିବ ନାହିଁ । ଯଦି ପ୍ରଥମ ସ୍ତ୍ରୀ ସ୍ୱାମୀଙ୍କ ବାହାଘରରେ କିଛି ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ବି ଜେଲ ଦଣ୍ଡରେ ଦଣ୍ଡିତ କରାଯିବା ଭଳି ଆଇନ ଇରିଟ୍ରିଆରେ ରହିଛି ।