ଏହି ଦେଶରେ ପୁରୁଷଙ୍କୁ କରିବାକୁ ପଡ଼ିଥାଏ ଦୁଇଟି ବିବାହ, ନଚେତ ମିଳିଥାଏ ଜେଲଦଣ୍ଡ

Advertisment
ଏହି ଦେଶରେ ପୁରୁଷଙ୍କୁ କରିବାକୁ ପଡ଼ିଥାଏ ଦୁଇଟି ବିବାହ, ନଚେତ ମିଳିଥାଏ ଜେଲଦଣ୍ଡ

ଭାରତୀୟ ପରମ୍ପରା ଅନୁସାରେ ଜଣେ ପୁରୁଷ ଗୋଟିଏ ମହିଳାକୁ ବିବାହ କରିପାରିବେ । ଏହି ରୀତି ନୀତି ପରମ୍ପରା ବହୁ ଦିନ ଧରି ଚାଲି ଆସୁଛି । ସମାଜ ସାମ୍ନାରେ ଏହି ସମ୍ପର୍କକୁ ପତି ପତ୍ନୀର ଆଖ୍ୟା ଦିଆ ଯଇଛି । ଯାହାକୁ ଭଙ୍ଗ କଲେ ଦଣ୍ଡାଦେଶ ମିଳିଥାଏ । ସେ ପୁରୁଷ ହୁଅନ୍ତୁ କିମ୍ବା ନାରୀ । କାରଣ ଏହା ଉଭୟଙ୍କ ପାଇଁ ସମାନ । ଯେଉଁ ନିୟମକୁ କେହି ମଧ୍ୟ ଉଲଙ୍ଘନ କରିପାରିବେ ନାହିଁ । କିନ୍ତୁ ଏଭଳି ଏକ ଦେଶ ରହିଛି ଯେଉଁଠାରେ ପୁରୁଷକୁ ଦୁଇଟି ବିବାହ କରିବାକୁ ପଡ଼ିଥାଏ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ ।

ଆଫ୍ରିକାର ଇରିଟ୍ରିଆରେ ପ୍ରତ୍ୟେକ ଯୁବକଙ୍କୁ ଦୁଇଟି ବିବାହ କରିବାକୁ ଆଦେଶ ଦିଆଯାଇଛି । ଯଦି ଏହି ଆଦେଶକୁ କେହି ଭଙ୍ଗ କରନ୍ତି ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ସୂଚନା ଅନୁସାରେ ଏହି ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଖୁବ କମ୍ । ଯେଉଁଥିପାଇଁ ଜଣେ ପୁରୁଷଙ୍କୁ ଦୁଇଜଣ ମହିଳାଙ୍କ ସହିତ ବିବାହ କରିବାକୁ ଆଦେଶ ଦିଆଯାଇଛି । ତେଣୁ ଏହି କାରଣ ପାଇଁ ଏହି ଦେଶରେ ନିଆରା ଢଙ୍ଗରେ ଆଇନ କାନୁନ ବ୍ୟବସ୍ଥା କରାଯାଇଛି ଏହା ସହିତ ଆଉ ଏକ ସର୍ତ୍ତ ରହିଛିଯେ ଯଦି ପ୍ରଥମ ପତ୍ନୀ ସ୍ୱାମୀର ଦ୍ୱିତୀୟ ବିବାହକୁ ନେଇ ଅଭିଯୋଗ କରନ୍ତି ତେବେ ପ୍ରଥମ ପତ୍ନୀଙ୍କୁ ମଧ୍ୟ ଜେଲ ଦଣ୍ଡ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe