ଫଟୋରେ ଫଟୋରେ ଫେମସ୍ ହୋଇଥିଲେ ପ୍ରଧାନମନ୍ତ୍ରୀ : ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁତ୍ୱପୁର୍ଣ୍ଣ ସମୟର ଫଟୋ ହୋଇଥିଲା ଭାଇରାଲ୍ ।

308

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତି କ୍ୟାରିୟରକୁ ବାଦ୍ ଦେଲେ ବ୍ୟକ୍ତିଗତ ତଥା ନିଜର ଫଟୋ ଓ ଭିଡିଓ ପାଇଁ ମଧ୍ୟ ସେ ଚର୍ଚ୍ଚାର ଶୀର୍ଶକ ପାଲଟିଥାନ୍ତି । ୨୦୧୯ ମସିହାରେ ତାଙ୍କର ସେହିପରି ୧୦ଟି ଗୁରୁତ୍ୱପୁର୍ଣ୍ଣ ଫଟୋ ରହିଛି । ଏହି ସମସ୍ତ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯାହାକୁ ଜନତା ମଧ୍ୟ ଖୁବ ପସନ୍ଦ କରିଥିଲେ ।

୧ . ବାରଣାସୀ ଘାଟରେ ଚା’ ସେବନ କରିବା ସମୟରେ ତାଙ୍କ ଫଟୋ ସୋସିଆଲ୍ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଭାଇରାଲ୍ ହେବାରେ ଲାଗିଥିଲା । ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ମୋଦି ବନାରସରେ ଲେମ୍ବୁ ଚା’କୁ ଆନନ୍ଦରେ ସେବନ କରିଥିଲେ ଏବଂ ଚା’ର ପ୍ରଶଂସା ମଧ୍ୟ କରିଥିଲେ ।

୨ . ଫେବୃଆରୀ ୨୦୧୯ ରେ ପ୍ରୟାଗରାଜର ପ୍ରସିଦ୍ଧ ମହାକୁମ୍ଭ ମେଳାରେ ନରେନ୍ଦ୍ର ମୋଦି ଗଙ୍ଗାରେ ବୁଡ ପକାଇଥିଲେ । ସେଠାରେ ସ୍ୱଚ୍ଛତା ରଖୁଥିବା ସଫେଇ କର୍ମୀଙ୍କ ଗୋଡ ଧୋଇ ସେମାନଙ୍କୁ ସମ୍ମାନିତ କରିଥିଲେ । ଯାହା ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।

୩ . ୨୦୧୯ ଲୋକସଭା ନିର୍ବାଚନ ସମୟରେ କଳାକାର ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରିଥିଲେ । ଏହାର ଭିଡିଓ ଏବଂ ମୋଦିଙ୍କ ବର୍ତ୍ତା ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଥିଲା ।

୪ . ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥର ଏକ ଗୁମ୍ଫାରେ ଧ୍ୟାନ କରିଥିଲେ । ଗୁମ୍ଫାରେ ମୋଦୀଙ୍କ ଗେରୁଆ ବସ୍ତ୍ର ସହ ଧ୍ୟାନ ଫଟୋ ଚିତ୍ର ସୋସିଆଲ ମିଡିଆର ପୃଷ୍ଠା ମଣ୍ଡନ କରିଥିôଲା ଯାହାକୁ ଲୋକମାନେ ମଧ୍ୟ ଖୁବ୍ ପ୍ରଶଂସା କରିଥିଲେ ।

୫ . ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦିଙ୍କ ସେହି ସମୟର ଚିତ୍ର ମଧ୍ୟ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିଥିଲା । ପୁଣି ଥରେ ମୋଦି ସରକାରର ସ୍ୱର ସହ ଏହି ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା । ୧୭ ସେପ୍ଟେମ୍ବର ପ୍ରଧାନମନ୍ତ୍ରୀଙ୍କ ମା’ ହୀରା ବେହେନଙ୍କ ସହ ସମୟ ବିତାଇଥିଲେ । ନିଜ ମା’ଙ୍କ ସହ ବସି ଖାଦ୍ୟ ଖାଉଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା ।

୬ . ଅକ୍ଟୋବର ମାସ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ମହାବଲିପୁରମ୍ ସମୂଦ୍ର ତଟରେ ସ୍ୱଚ୍ଛତା ଅଭିଯାନ ଚଳାଇଥିଲେ । ସେଥିରେ ସେ ସମୂଦ୍ର କୂଳରୁ ନିଜେ ଆବର୍ଜନା ଉଠାଇଥିଲେ । ତାଙ୍କର ଏହି ଫଟୋ ଅନେକ ଲୋକଙ୍କ ମଧ୍ୟରେ ଜାଗରଣର ବାର୍ତ୍ତା ସୃଷ୍ଟି କରିଥିଲା ।

୭. ଚଳିତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଡିସକଭରୀ ଚ୍ୟାନେଲର ଆଡଭେଞ୍ଚର ଶୋ’ରେ ଭାଗ ନେଇଥିଲେ । ଉପସ୍ଥାପକ ବିୟର ଗ୍ରେଲ୍ସଙ୍କ ସହ ଜାତୀୟ ପାର୍କର ଭ୍ରମଣ କରିଥିଲେ ।

୮ . ସେପ୍ଟେମ୍ବରରେ ଚନ୍ଦ୍ରପୃଷ୍ଠକୁ ପଠାଇଯାଇଥିବା ଚନ୍ଦ୍ରାୟନ-୨ ସହ ବିକ୍ରମ ଲ୍ୟାଣ୍ଡରର ସମ୍ପର୍କ ହୋଇ ପାରିନଥିଲା । ଏହି ସମୟରେ ଇସ୍ରୋରେ ପହଁଚି ବୈଜ୍ଞାନିକଙ୍କ ମନୋବଳ ବଢାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୯. ୨୬ ଡିସେମ୍ବର ସୂର୍ଯ୍ୟଗ୍ରହଣ ସମୟରେ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା । ଏହି ଫଟୋଟିକୁ ଲୋକେ ବାରମ୍ବାର ରିଟ୍ୱିଟ କରିଥିଲେ । ଗ୍ରହଣ ସମୟର ଦୃଶ୍ୟକୁ ଉପଭୋଗ କରିବା ପାଇଁ ସେ ଏକ ଚଷମା ବ୍ୟବହାର କରିଥିଲେ ଯାହାର ଦାମ୍ ଖୁବ୍ ଦାମୀ ବୋଲି ଖବର ଆସିଥିଲା ।