ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତି କ୍ୟାରିୟରକୁ ବାଦ୍ ଦେଲେ ବ୍ୟକ୍ତିଗତ ତଥା ନିଜର ଫଟୋ ଓ ଭିଡିଓ ପାଇଁ ମଧ୍ୟ ସେ ଚର୍ଚ୍ଚାର ଶୀର୍ଶକ ପାଲଟିଥାନ୍ତି । ୨୦୧୯ ମସିହାରେ ତାଙ୍କର ସେହିପରି ୧୦ଟି ଗୁରୁତ୍ୱପୁର୍ଣ୍ଣ ଫଟୋ ରହିଛି । ଏହି ସମସ୍ତ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯାହାକୁ ଜନତା ମଧ୍ୟ ଖୁବ ପସନ୍ଦ କରିଥିଲେ ।
୧ . ବାରଣାସୀ ଘାଟରେ ଚା’ ସେବନ କରିବା ସମୟରେ ତାଙ୍କ ଫଟୋ ସୋସିଆଲ୍ ମିଡିଆଠୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଭାଇରାଲ୍ ହେବାରେ ଲାଗିଥିଲା । ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ମୋଦି ବନାରସରେ ଲେମ୍ବୁ ଚା’କୁ ଆନନ୍ଦରେ ସେବନ କରିଥିଲେ ଏବଂ ଚା’ର ପ୍ରଶଂସା ମଧ୍ୟ କରିଥିଲେ । /kanak/media/post_attachments/wp-content/uploads/2020/01/cdsde-300x178.png)
୨ . ଫେବୃଆରୀ ୨୦୧୯ ରେ ପ୍ରୟାଗରାଜର ପ୍ରସିଦ୍ଧ ମହାକୁମ୍ଭ ମେଳାରେ ନରେନ୍ଦ୍ର ମୋଦି ଗଙ୍ଗାରେ ବୁଡ ପକାଇଥିଲେ । ସେଠାରେ ସ୍ୱଚ୍ଛତା ରଖୁଥିବା ସଫେଇ କର୍ମୀଙ୍କ ଗୋଡ ଧୋଇ ସେମାନଙ୍କୁ ସମ୍ମାନିତ କରିଥିଲେ । ଯାହା ସେତେବେଳେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । /kanak/media/post_attachments/wp-content/uploads/2020/01/aa-Cover-0o4278f5du714nnvtp8bm37fh6-20190423213000.Medi_-300x168.jpeg)
୩ . ୨୦୧୯ ଲୋକସଭା ନିର୍ବାଚନ ସମୟରେ କଳାକାର ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରିଥିଲେ । ଏହାର ଭିଡିଓ ଏବଂ ମୋଦିଙ୍କ ବର୍ତ୍ତା ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଥିଲା । /kanak/media/post_attachments/wp-content/uploads/2020/01/kedarnathmodi_20190906193813-300x150.jpg)
୪ . ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କେଦାରନାଥର ଏକ ଗୁମ୍ଫାରେ ଧ୍ୟାନ କରିଥିଲେ । ଗୁମ୍ଫାରେ ମୋଦୀଙ୍କ ଗେରୁଆ ବସ୍ତ୍ର ସହ ଧ୍ୟାନ ଫଟୋ ଚିତ୍ର ସୋସିଆଲ ମିଡିଆର ପୃଷ୍ଠା ମଣ୍ଡନ କରିଥିôଲା ଯାହାକୁ ଲୋକମାନେ ମଧ୍ୟ ଖୁବ୍ ପ୍ରଶଂସା କରିଥିଲେ । /kanak/media/post_attachments/wp-content/uploads/2020/01/modi2_1-300x225.jpg)
୫ . ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦିଙ୍କ ସେହି ସମୟର ଚିତ୍ର ମଧ୍ୟ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିଥିଲା । ପୁଣି ଥରେ ମୋଦି ସରକାରର ସ୍ୱର ସହ ଏହି ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା । ୧୭ ସେପ୍ଟେମ୍ବର ପ୍ରଧାନମନ୍ତ୍ରୀଙ୍କ ମା’ ହୀରା ବେହେନଙ୍କ ସହ ସମୟ ବିତାଇଥିଲେ । ନିଜ ମା’ଙ୍କ ସହ ବସି ଖାଦ୍ୟ ଖାଉଥିବାର ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । /kanak/media/post_attachments/wp-content/uploads/2020/01/modi-plogging-300x200.jpg)
୬ . ଅକ୍ଟୋବର ମାସ ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ମହାବଲିପୁରମ୍ ସମୂଦ୍ର ତଟରେ ସ୍ୱଚ୍ଛତା ଅଭିଯାନ ଚଳାଇଥିଲେ । ସେଥିରେ ସେ ସମୂଦ୍ର କୂଳରୁ ନିଜେ ଆବର୍ଜନା ଉଠାଇଥିଲେ । ତାଙ୍କର ଏହି ଫଟୋ ଅନେକ ଲୋକଙ୍କ ମଧ୍ୟରେ ଜାଗରଣର ବାର୍ତ୍ତା ସୃଷ୍ଟି କରିଥିଲା ।
୭. ଚଳିତବର୍ଷ ପ୍ରଧାନମନ୍ତ୍ରୀ ମୋଦି ଡିସକଭରୀ ଚ୍ୟାନେଲର ଆଡଭେଞ୍ଚର ଶୋ’ରେ ଭାଗ ନେଇଥିଲେ । ଉପସ୍ଥାପକ ବିୟର ଗ୍ରେଲ୍ସଙ୍କ ସହ ଜାତୀୟ ପାର୍କର ଭ୍ରମଣ କରିଥିଲେ ।
୮ . ସେପ୍ଟେମ୍ବରରେ ଚନ୍ଦ୍ରପୃଷ୍ଠକୁ ପଠାଇଯାଇଥିବା ଚନ୍ଦ୍ରାୟନ-୨ ସହ ବିକ୍ରମ ଲ୍ୟାଣ୍ଡରର ସମ୍ପର୍କ ହୋଇ ପାରିନଥିଲା । ଏହି ସମୟରେ ଇସ୍ରୋରେ ପହଁଚି ବୈଜ୍ଞାନିକଙ୍କ ମନୋବଳ ବଢାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୯. ୨୬ ଡିସେମ୍ବର ସୂର୍ଯ୍ୟଗ୍ରହଣ ସମୟରେ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା । ଏହି ଫଟୋଟିକୁ ଲୋକେ ବାରମ୍ବାର ରିଟ୍ୱିଟ କରିଥିଲେ । ଗ୍ରହଣ ସମୟର ଦୃଶ୍ୟକୁ ଉପଭୋଗ କରିବା ପାଇଁ ସେ ଏକ ଚଷମା ବ୍ୟବହାର କରିଥିଲେ ଯାହାର ଦାମ୍ ଖୁବ୍ ଦାମୀ ବୋଲି ଖବର ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/l_1-1480070641_835x547.jpg)
/kanak/media/post_attachments/wp-content/uploads/2020/01/BAN9053-300x169.jpeg)
/kanak/media/post_attachments/wp-content/uploads/2020/01/pm-narendra-modi-talks-about-his-life-with-bear-grylls-in-man-vs-wild-like-never-before-1200x900-1565677374_1200x900-300x225.jpg)
/kanak/media/post_attachments/wp-content/uploads/2020/01/Sivan_-300x150.jpg)
/kanak/media/post_attachments/wp-content/uploads/2020/01/modi-meme-696x392-300x169.jpg)