ରଥଯାତ୍ରା ପୂର୍ବରୁ ଗଡିବ ମେମୋ ଟ୍ରେନ ! ପୁରୀରୁ ବହ୍ମପୁର ଯାଏଁ ଗଡିବ ମେମୋ ଟ୍ରେନ

ରଥଯାତ୍ରା ପୂର୍ବରୁ ଗଡିବ ମେମୋ ଟ୍ରେନ ! ପୁରୀରୁ ବହ୍ମପୁର ଯାଏଁ ଗଡିବ ମେମୋ ଟ୍ରେନ

କନକ ବ୍ୟୁରୋ : ପୁରୀରୁ ବ୍ରହ୍ମପୁର ଯାଏଁ ଗଡ଼ିବ ମେମୋ ଟ୍ରେନ । ଆସନ୍ତା ରଥଯାତ୍ରା ପୂର୍ବରୁ ପୁରୀରୁ ବ୍ରହ୍ମପୁର ମଧ୍ୟରେ ମେମୋ ଟ୍ରେନ ଚଳାଚଳ କରିବ ବୋଲି ଖୋର୍ଧା ରେଳ ଡି଼ଭିଜନର ଡିଆରଏମ୍ ବ୍ରଜ ମୋହନ ଅଗ୍ରୱାଲ ସୂଚନା ଦେଇଛନ୍ତି। ଫଳରେ ରଥଯାତ୍ରା ସମୟରେ ଯାତ୍ରୀମାନେ ଅଧିକ ସୁବିଧା ପାଇପାରିବେ।

 ଡିଆରଏମ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଗ୍ରୱାଲ ୨୦୧୭- ୧୮ ଆର୍ଥିକ ବର୍ଷରେ ଡିଭିଜନର ବିଭିନ୍ନ ଉନ୍ନୟନ କାର୍ୟ୍ୟ ସମ୍ପର୍କରେ ସୂଚନା ଦେଇ ମେମୋ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତୁତି ଜୋରଦାର କରାଯାଉଛି ବୋଲି କହିଛନ୍ତି। ସେହିପରି ରେଳମନ୍ତ୍ରୀ ପିୟୁସ ଗୋଏଲଙ୍କ ଘୋଷଣା ମୁତାବକ ଖୋର୍ଧା ରୋଡ୍ ଡିଭିଜନରେ ଜଗୁଆଳିବିହୀନ ଫାଟକ ଉଚ୍ଛେଦ କରାଯାଇଥିବାରୁ ଏହା ପୁରସ୍କୃତ ହୋଇଛି।

ଯାତ୍ରୀମାନଙ୍କ ସୁବିଧା ପାଇଁ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ଖୋର୍ଧା ରୋଡ୍ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଷ୍ଟେସନରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ଲାଗି ଏକ୍ସାଲେଟର ବ୍ୟବସ୍ଥା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଭୁବନେଶ୍ୱର ଷ୍ଟେସନରେ ସାନିଟାରି ନାପ୍କିନ୍ ବ୍ୟବସ୍ଥା କରାଯିବା ସହ ପ୍ଲାଷ୍ଟିକ ବୋତଲର ପୁନଃପ୍ରକ୍ରିୟାକରଣ ବ୍ୟବସ୍ଥା କରାଯାଇଛି। ସେହିପରି ଖୋର୍ଧା ରୋଡ଼ ଓ ପୁରୀ ଷ୍ଟେସନରେ ମଧ୍ୟ ଏହି ବ୍ୟବସ୍ଥା କାର୍ୟ୍ୟକାରୀ କରାଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe