କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ : ଏକ ସାମାଜିକ କାର୍ଯ୍ୟକ୍ରମକୁ ଗସ୍ତ ବେଳେ ଅଲଣା ହାଟ ନିକଟରେ ଅଣ୍ଡା ମାଡ଼

କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ : ଏକ ସାମାଜିକ କାର୍ଯ୍ୟକ୍ରମକୁ ଗସ୍ତ ବେଳେ ଅଲଣା ହାଟ ନିକଟରେ ଅଣ୍ଡା ମାଡ଼

କନକ ବ୍ୟୁରୋ : ଜଗତସିଂହପୁରରେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ନାଉଗାଁ ଅଙ୍ଗେଶ୍ୱରପଡା ହାଇସ୍କୁଲକୁ ଏକ ସାମଜିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଅଲଣା ହାଟ ନିକଟରେ ଅଣ୍ଡା ମାଡ଼ କରାଯାଇଛି । ଯୁବ କଂଗ୍ରେସ ନେତା ମାନେ କଳାପତାକା ଦେଖାଇବା ସହ ଅଣ୍ଡାମାଡ଼ କରିଛନ୍ତି । ତୈଳଦର, ଦରଦାମ ବୃଦ୍ଧି, କଙ୍ଗନା ରାଣାୱାତଙ୍କ ଦେଶ ସ୍ୱାଧୀନତା ଉପରେ ପ୍ରଶ୍ନ ଓ ଉତରପ୍ରଦେଶ ଖେରୀରେ ହୋଇଥିବା ଚାଷୀ ହତ୍ୟା ଘଟଣାକୁ ପ୍ରତିବାଦ କରି କେନ୍ଦ୍ର ମନ୍ତ୍ରୀଙ୍କୁ ବିରୋଧ କରାଯାଇଛି ।

କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଜଗତସିଂହପୁର ଜିଲ୍ଲା, ନାଉଗାଁ ବ୍ଲକର ନାଉଗାଁ ଅଙ୍ଗେଶ୍ୱରପଡ଼ା ହାଇସ୍କୁଲକୁ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଅଲଣାହାଟ ନିକଟରେ ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର କଂଗ୍ରେସ। ମନ୍ତ୍ରୀ ଆସୁଥିବା ସ୍ଥାନରେ ପ୍ରାୟ ୩୦୦ ଆଦିବାସୀ ଲୋକ ବସବାସ କରନ୍ତି। ସେମାନଙ୍କୁ ଥଇଥନା କରିବା, ସେମାନଙ୍କର ଶିକ୍ଷାରେ ଉନ୍ନତ ଆଣିବା ଲାଗି ଆଦିବାସୀ କଲ୍ୟାଣ ଯୋଜନାରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା ଘୋଷଣା କରିବାକୁ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଯେଉଁଭଳି ଭାବେ କଙ୍ଗନା ରାଣାୱାତ ଦେଶର ସ୍ବାଧୀନତା ଉପରେ ପ୍ରଶ୍ନ କରିବା ସହିତ, ସ୍ବାଧିନତା ଏକ ଭିକ ଥିଲା କହି ସାରା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଅପମାନିତ କରିଛନ୍ତି, ତାହାର ପ୍ରତିବାଦରେ କେନ୍ଦ୍ର ସରକାର ତାଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଫେରସ୍ତ ନେବା ଦାବି ମଧ୍ୟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe