କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ବିଧି ଅନୁସାରେ ରାଜ୍ୟସଭାରେ ଦିବଂଗତ ସଦସ୍ୟଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ସଂସଦ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ ସ୍ଥପତି ତଥା ରାଜ୍ୟସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ମନେ ପକାଇଛନ୍ତି ଗୃହର ଅଧ୍ୟକ୍ଷ । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭେଙ୍କୟା ନାଇଡୁ ।

Advertisment

ସେପଟେ, ମନ୍ତ୍ରୀମଣ୍ଡଳରେ ସାମିଲ ନୂଆ ମନ୍ତ୍ରୀମାନଙ୍କୁ ଗୃହର ସଦସ୍ୟଙ୍କ ସହ ପରିଚିତ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ପ୍ରଧାନମନ୍ତ୍ରୀ ଗୃହରେ ନୂଆ ମନ୍ତ୍ରୀମାନଙ୍କ ପରିଚୟ ଦେଉଥିବା ବେଳେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଏଥର ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ରହିଛି ଏକାଧିକ ପ୍ରସଙ୍ଗ । ପେଗାସସର ଗୁଇନ୍ଦାଗିରି ଠାରୁ ଆରମ୍ଭ କରି କରୋନା ପରିଚାଳନା, ଦରଦାମ୍ ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ବନାଇଛନ୍ତି ବିରୋଧୀ । ତେବେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଙ୍ଗାମା ଫଳରେ ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।