କନକ ବ୍ୟୁରୋ : ପରୀକୁ ନ୍ୟାୟ ଦେବା ଦାବିରେ ବିଜେପି ମହିଳା ମୋର୍ଚ୍ଚାର ଆନ୍ଦୋଳନ । ପରୀ ମୃତ୍ୟୁ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ନିକଟରେ ବିଜେପିର ମହିଳା କର୍ମୀ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଜେପି ମହିଳା କର୍ମୀ ।
ଅରୁଣ ସାହୁଙ୍କ ବାସଭବନକୁ ଚାରିଆଡୁ ଘେରାଓ କରିଥିଲେ ବିଜେପିର କର୍ମୀ । ୪-୫ଜଣ ମହିଳା କର୍ମୀଙ୍କୁ ଅଟକ ରଖିଛି ପୋଲିସ । ସେପଟେ ଅରୁଣ ସାହୁଙ୍କ ବାସଭବନକୁ ଯାଉଥିବା ସମସ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି । ଏବଂ ସୁରକ୍ଷାରେ ୭ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/37-3.jpg)