କନକ ବ୍ୟୁରୋ: ବ୍ୟାଘ୍ର ଦିବସରେ ଶିମିଳିପାଳର ଏକ ମହାବଳ ବାଘ ପରିବାରର ନୂଆ ଭିଡିଓ ସାମ୍ନାକୁ ଆସିଛି। ଶିମିଳିପାଳରୁ ଆସିଥିବା ଏହି ଭିଡିଓରେ ୪ଟି ମେଲାନିଷ୍ଟିକ ବା କଳା ବାଘକୁ ଏକାଠି ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟର ରାତିର ଏହି ଦୃଶ୍ୟକୁ ଟ୍ରାପ କ୍ୟାମେରାରେ କଏଦ କରାଯାଇଛି।
ସେପଟେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍ ଆୟୋଜିତ ହୋଇଛି। ବାଘ ସଂରକ୍ଷଣର ବାର୍ତ୍ତା ଦେଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ମୟୂରଭଞ୍ଜ ଯଶିପୁରରେ ଏକ ମିନି ମାରାଥନ ଆୟୋଜିତ ହୋଇଛି। ଆଜି ସକାଳୁ ଯଶିପୁର ସ୍ଥିତ ଖଇରୀ ନିବାସରେ ଥିବା ବାଘ ରାଣୀ ଖଇରୀର ସମାଧି ସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ୫ କିଲୋମିଟର ମିନି ମାରାଥନ ଆରମ୍ଭ ହୋଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ କାର୍ୟ୍ୟାଳୟରେ ଶେଷ ହୋଇଥିଲା। ଏହି ମାରାଥନରେ ସ୍କୁଲ୍ କଲେଜ ଛାତ୍ରଛାତ୍ରୀ ସମେତ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ।
Follow Us