ମଣ୍ଡପରୁ ମାଆଙ୍କୁ ମେଲାଣି : ଭସାଣି ପାଇଁ କଟକ ଓ ଭୁବନେଶ୍ୱରରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା, କଟକରେ ୧୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ; ରାଜଧାନୀରେ ଦୟା ଓ କୁଆଖାଇ ନଦୀରେ ଅସ୍ଥାୟୀ ବ୍ୟବସ୍ଥା

Advertisment
ମଣ୍ଡପରୁ ମାଆଙ୍କୁ ମେଲାଣି : ଭସାଣି ପାଇଁ କଟକ ଓ ଭୁବନେଶ୍ୱରରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା, କଟକରେ ୧୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ; ରାଜଧାନୀରେ ଦୟା ଓ କୁଆଖାଇ ନଦୀରେ ଅସ୍ଥାୟୀ ବ୍ୟବସ୍ଥା

କନକ ବ୍ୟୁରୋ : ମଣ୍ଡପରୁ ମାଆଙ୍କୁ ମେଲାଣି ଦିଆଯାଉଛି । ଭସାଣି ପାଇଁ ପ୍ରଶାସନ ପକ୍ଷରୁ କଟକ ଓ ଭୁବନେଶ୍ୱରରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି । କଟକରେ ୧୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ କରାଯାଇଛି । ସବୁବର୍ଷ ପରି ଏବର୍ଷ ମେଢ ଶୋଭାଯାତ୍ରା ନଥିଲା । ଲୋକଙ୍କ ଗହଳି ନଥିଲା । କାରଣ କରୋନା କଟକଣା ଭିତରେ ଚାଲିଥିଲା ମେଢ ବିସର୍ଜନ । ଲୋକେ ନିୟମକୁ ମାନୁଥିଲେ । ସାମାଜିକ ଦୂରତା ରକ୍ଷା କରି ରାସ୍ତା ଉପରେ ଦର୍ଶନ କରୁଥିଲେ । ଭୁବନେଶ୍ୱରରେ ଦୟାନଦୀ ଓ କୁଆଖାଇରେ କୁତ୍ରିମ ପୋଖରୀ ତିଆରି ହୋଇଛି । ହାଇକୋର୍ଟଙ୍କ କଟକଣା ଅନୁଯାୟୀ ଏଠାରେ ବିସର୍ଜନ କରାଯିବ ।

ବିଏମ୍‌ସିର ସୂଚନା ଅନୁଯାୟୀ, ପୂଜା କମିଟିଗୁଡ଼ିକ ସୋମବାର ରାତିରୁ ଏହି ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିପାରିବେ । ଏଥିପାଇଁ ୪ଟି ପୁଷ୍କରିଣୀ ଖୋଳା ଯାଇଛି। କୁଆଖାଇ ନଦୀକୂଳରେ ଦୁଇଟି ପୋଖରୀ ଖୋଳା ଯାଇଛି । ୩୭ ମିଟର ଲମ୍ବ ୨୬ ମିଟର ଓସାର ଏବଂ ୨୫ ମିଟର ଲମ୍ବ ଓ ୨୦ ମିଟର ଓସାରର ଦୁଇଟି ପୋଖରୀ ଖୋଳା ଯାଇଛି । ଏଠାରେ ୧୦୦ଟି ପ୍ରତିମୂର୍ତ୍ତି ବିସର୍ଜନ ହୋଇପାରିବ ।

ସେହିପରି ଟଙ୍କପାଣି ବ୍ରିଜ୍‌ ନିକଟରେ ୨୫ ମିଟର ଲମ୍ବ ୧୫ ମିଟର ଓସାର‌ରେ ଏବଂ ଦୟା ବ୍ରିଜ୍‌ ନିକଟରେ ୨୫ ମିଟର ଲମ୍ବ ୧୦ ମିଟର ଓସାରରେ ପୁଷ୍କରିଣୀ ଖୋଳା ଯାଇଛି। ଏଠାରେ ମୋଟ୍‌ ୮୦ଟି ମୂର୍ତ୍ତି ବିସର୍ଜନ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପୁଷ୍କରିଣୀ ୩ ମିଟର ଗଭୀରର ହୋଇଛି। ମୂର୍ତ୍ତିଗୁଡ଼ିକୁ ଗାଡ଼ିକୁ ଗାଡ଼ିରୁ ଉଠାଇ ପୋଖରୀରେ ପକାଇବାକୁ ୪ଟି ପୋଖରୀ ନିକଟରେ ୪ଟି ହାଇଡ୍ରା ରଖାଯାଇଛି। ଏହାସହ ୪ଟି ଜେସିବି ରଖାଯାଇଛି। ପୋଖରୀ ଭର୍ତ୍ତି ହୋଇଗଲେ ଜେସିବି ତାକୁ କାଢ଼ି ଦେବ। ବିସର୍ଜନ ପୋଖରୀ ନିକଟରେ ଯେପରି କିଛି ସମସ୍ୟା ନହେବ, ସେଥିପାଇଁ ପ୍ରତି ପୋଖରୀ‌ରେ ୫ଜଣ ଲେଖାଏଁ ଶ୍ରମିକଙ୍କୁ ନିୟୋଜିତ କରାଯିବ। ଏହାସହ ସଫେଇ କର୍ମଚାରୀ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe