ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି । ମେଲାନିଆ ଟ୍ରମ୍ପ ଦିଲ୍ଲୀରେ ସରକାରୀ ସ୍କୁଲ ବୁଲିବାର ରହିଛି କାର୍ଯ୍ୟକ୍ରମ

ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି । ମେଲାନିଆ ଟ୍ରମ୍ପ ଦିଲ୍ଲୀରେ ସରକାରୀ ସ୍କୁଲ ବୁଲିବାର ରହିଛି କାର୍ଯ୍ୟକ୍ରମ

source : india today

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ୍‌ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି। ମେଲାନିଆ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କ ପରିଚାଳିତ ସରକାରୀ ସ୍କୁଲ୍‌କୁ ବୁଲିଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମେଲାନିଆ କେଜ୍ରିୱାଲ ସରକାରଙ୍କ ପରିଚାଳିତ ‘ଆନନ୍ଦମୟ ଶ୍ରେଣୀ ବ୍ୟବସ୍ଥା’କୁ ଅନୁଧ୍ୟାନ କରିବେ।

ଦିଲ୍ଲୀର ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ମେଲାନିଆ କିଛି ସମୟ କଟାଇବେ। ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମେଲା‌ନିଆଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀର ସରକାରୀ ସ୍କୁଲରେ ‘ଆନନ୍ଦମୟ ଶ୍ରେଣୀ ଶିକ୍ଷା’ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe