ଇଂଜିନିୟରିଂରେ ଇଣ୍ଟର୍ନସିପ କରିବା ପାଇଁ ସରକାର ଆରମ୍ଭ କଲେ ନୂଆ ପୋର୍ଟଲ, ଛାତ୍ରଛାତ୍ରୀଙ୍କୁ ମାସକୁ ମିଳିବ ୧୦,୦୦୦ଟଙ୍କା ।

53

ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାର ଇଣ୍ଟର୍ନସିପ ସହ ୧୦,୦୦୦ଟଙ୍କା ପ୍ରତି ମାସକୁ ଦିଆଯିବା ବୋଲି ଘୋଷଣା କରିଛନ୍ତି । ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଦ୍ୟୋଗ ମନ୍ତ୍ରାଳୟ ଜରିଆରେ ବର୍ଷକୁ ୫୦ଜଣ ଛାତ୍ରଙ୍କୁ ଏହି ସୁବିଧା ଦିଆଯିବ । ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଇଂଟର୍ନସିପ ପାଇଁ ଅନଲାଇନ ଆବେଦନ କରିବାକୁ ଇ-ପୋର୍ଟଲ ଆରମ୍ଭ କରିଛନ୍ତି ।

୬୦% ନମ୍ବର ପ୍ରାପ୍ତ କରିଥିବା ପିଲାକୁ ମିଳିବ ଏହି ସୁଯୋଗ

କେନ୍ଦ୍ରମନ୍ତ୍ରୀ ପ୍ରସାଦ କହିବା ମୁତାବକ ଇଂଟର୍ନସିପ ଦ୍ୱାରା ଛାତ୍ରମାନଙ୍କୁ କାର୍ଯ୍ୟାଳୟରେ କାର୍ଯ୍ୟ କରିବାର ଅନୁଭୂତି ମିଳିବ । ସେମାନଙ୍କ ପାଇଁ ଏକ ପ୍ରକାର ଉପଲବ୍ଧି ରହିବ ଯାହାକି ଏହି କ୍ଷେତ୍ରରେ ବ୍ୟବସାୟ କରିବା ସହ ଅନ୍ୟ ପ୍ରକ୍ରିୟାରେ ମଧ୍ୟ ପଦକ୍ଷେପ ନେବା ଲାଗି ସହାୟକ ହେବ । ମନ୍ତ୍ରାଳୟ ମୁତାବକ ବିଟେକ କିମ୍ବା ବିଇଏ ଏମଟେକ କିମ୍ବା ଏମଇର ଦ୍ୱିତୀୟ କିମ୍ବା ୩ୟ ବର୍ଷ ଛାତ୍ର, ଯେଉଁମାନେ ପୂର୍ବ ପରୀକ୍ଷାରେ ୬୦% ହାସଲ କରିଛନ୍ତି ସେମାନେ ଏହି ଆବେଦନ କରିପାରିବେ ।

ଖରାଦିନ ଇଂଟର୍ନସିପର ଅବଧି ୨ମାସ ରହିବ । ପ୍ରତି ଅଧିବେଶନରେ ୨୫ଜଣ ଛାତ୍ରଙ୍କୁ ଚୟନ କରାଯିବ ଏବଂ ପ୍ରତି ମାସରେ ସେମାନଙ୍କୁ ୧୦,୦୦୦ଟଙ୍କା ଦିଆଯିବ ।
ମନ୍ତ୍ରାଳୟ ଅନୁସାରେ ଇଂଟର୍ନସିପ ପାଇଁ ପ୍ରସ୍ତାବିତ କ୍ଷେତ୍ରରେ ସାଇବର ଆଇନ, ଆଇଟି ଆକ୍ଟ, ଡିଜିଟାଲ ଫରେନସିକ,ମାଲବେୟର ଏନଲିସିସ,ମୋବାଇଲ ଗବର୍ନେସ, କ୍ଲାଉଡ କମ୍ପ୍ୟୁଟିଂ ଏବଂ ଡିଜିଟାଲ ଶିକ୍ଷା ସାମିଲ କରାଯାଇଛି । ମନ୍ତ୍ରାଳୟଙ୍କ କହିବା ମୁତାବକ ଇଂଟର୍ନଶିପରେ ସଫ୍ଟୱେୟାର,ହାର୍ଡୱେୟାର ଉଦ୍ୟୋଗ, ଡିଜିଟାଲ ପେମେଂଟ, ଇଲେକ୍ଟ୍ରୋନିକ ଉପକରଣ ଟେସ୍ଟିଂ ମଧ୍ୟ ରହିଛି । mitey.gov.in ରେ ଏହି ସ୍କିମକୁ ଆପଣ ଆବେଦନ କରିପାରିବେ ।