କନକ ବ୍ୟୁରୋ : ବାନ୍ଧବୀଙ୍କ ସହ ରୋମାନ୍ସ କରିବା ପାଇଁ ଆଂଟିଗୁଆ ଯାଇଥିବାବେଳେ ଧରାପଡିଗଲେ ମେହୁଲ ଚୋକସି । ଏନେଇ ସୂଚନା ଦେଇଛନ୍ତି ଆଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟୋନ ବ୍ରାଉନେ । ତେବେ ତାଙ୍କ ବାନ୍ଧବୀ ଖସି ପଳାଇବାକୁ ସମର୍ଥ ହୋଇଥିବାବେଳେ ଡୋମିନିକା ପୋଲିସ ହାତରେ ଧରାପଡିଛନ୍ତି ବହୁକୋଟି ପିଏନବି ଦୁର୍ନୀତିର ଅନ୍ୟତମ ମାଷ୍ଟରମାଇଣ୍ଡ ମେହୁଲ ଚୋକସି । ମେ’ ୨୬ ତାରିଖରେ ତାଙ୍କୁ ପୋଲିସ ଗିରଫ କରି ମାଡ ମାରିଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋରେ ଚୌକସିଙ୍କ ହାତରେ ଆଘାତ ଚିହ୍ନ ରହିଛି ।
ସେପଟେ ଭାରତରେ ପଳାତକ ଘୋଷିତ ମେହୁଲ ଚୌକସିଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ଏକ ଘରୋଇ ବିମାନ ଆବଶ୍ୟକ ଦସ୍ତାବିଜ ଧରି ଆଂଟିଗୁଆରେ ପହଂଚିଛି । ବିମାନଟି ମେ’ ୨୮ ତାରିଖ ଅପରାହ୍ନ ୩ଟା ୪୪ ମିନିଟରେ ଦିଲ୍ଲୀ ବିମାନବନ୍ଦରରୁ ବାହାରି ମାଦ୍ରିଦ ଦେଇ ରାତି ଗୋଟାଏ ୧୬ ମିନିଟରେ ଡୋମିନିକାରେ ପହଂଚିଥିଲା । ତେବେ ଡୋମିନିକା ହାଇକୋର୍ଟ ଜୁନ୍ ୨ ତାରିଖରେ ମେହୁଲ ଚୋକସିଙ୍କ ମାମଲାର ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ତେଣୁ ସେ ପର୍ଯ୍ୟନ୍ତ ଚୋକସିଙ୍କ ପ୍ରତ୍ୟାର୍ପଣ ହୋଇପାରିବ ନାହିଁ ।