ଆଂଟିଗୁଆ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ ! ଖୁବଶୀଘ୍ର ଭାରତ ଫେରିବ ଫେରାର ମେହୁଲ ଚୌକସି । ପିଏନବି ଦୁର୍ନୀତିରେ ଦେଶ ବାହାରକୁ ଚାଲିଯାଇଛି ବ୍ୟବସାୟୀ

278

କନକ ବ୍ୟୁରୋ : ଖୁବଶୀଘ୍ର ଭାରତକୁ ପ୍ରତ୍ୟାର୍ପଣ ହେବ ଭଗୋଡା ମେହୁଲ ଚୌକସି । ଏନେଇ ସୂଚନା ଦେଇଛନ୍ତି ଆଂଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟିନ୍ ବ୍ରାଉନି । ପିଏନବି ଦୁର୍ନୀତିର ଅଭିଯୁକ୍ତ ମେହୁଲ ଚୋକସିକୁ ଜଣେ ଠକ ଓ ବଦମାସ ବୋଲି ସେ କହିଛନ୍ତି । ଏହା ସହିତ ଚୋକସୀକୁୁ ଆଂଟିଗୁଆରେ ଭାରତୀୟ ଅଧିକାରୀ ପଚରାଉଚରା କରିପାରିବେ ବୋଲି ସେ କହିଛନ୍ତି । ୧୨ ହଜାର ୭୦୦ କୋଟିର ପିଏନବି ବ୍ୟାଙ୍କ ଋଣ ଠକେଇ ମାମଲାରେ ଭାରତ ଛାଡି ଫେରାର ହୋଇ ଆଂଟିଗୁଆରେ ଆଶ୍ରୟ ନେଇଛନ୍ତି ମେହୁଲ ଚୌକସି ।

ସେ କହିଛନ୍ତି ବାଣିଜ୍ୟିକ ନିବେଶ ଜରିଆରେ ମେହୁଲ ଚୌକସିଙ୍କୁ ଆଂଟିଗୁଆର ନାଗରିକତା ମିଳିଥିଲା । ପିଏନବି ବ୍ୟାଙ୍କ ଋଣ ଠକେଇ ପରେ ସେ ଆଂଟିଗୁଆ ଚାଲିଆସିଥିଲେ । ଭାରତୀୟ ଅଧିକାରୀ ଆଂଟିଗୁଆକୁ ଏନେଇ ଆଗରୁ ଜଣାଇଥିଲେ ତାଙ୍କୁ ନାଗରିକତା ମିଳିନଥାନ୍ତା ।

ଏହା ସହିତ ଆଂଟିଗୁଆ ଓ ବରବୁଡା ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାରର ଏକ ସ୍ୱାଧୀନ ନ୍ୟାୟପାଳିକା ରହିଛି । ଅନେକ ମାମଲା ରହିଛି ମେହୁଲ ଚୌକସିଙ୍କ ନାଁରେ । ଯେମିତି ଆଂଟିଗୁଆ ଅଦାଲତରେ ସେ ଆବେଦନ କରିବେ, ତୁରନ୍ତ ତାଙ୍କୁ ବିନା କୌଣସି ବିଚାରରେ ଭାରତ ପ୍ରତ୍ୟାର୍ପଣ କରିବାକୁ ଆଂଟିଗୁଆ ସରକାର ଅପେକ୍ଷା କରିଛନ୍ତି । ପଂଜାବ ନାସନାଲ୍ ବ୍ୟାଙ୍କର ୧୨ ହଜାର ୭୦୦ କୋଟିର ଋଣ ଠକେଇରେ ମାମୁଁ ନୀରଭ ମୋଦି ଓ ଭଣଜା ମେହୁଲ ଚୌକସି ହେଉଛନ୍ତି ଦୁଇଜଣ ଅଭିଯୁକ୍ତ । ଚୌକସି ଗୀତାଂଜଳି ଜୁଏଲାରୀ ନାଁରେ ଋଣ ଆଣି ଠକେଇ କରିଥିଲେ ।