ଆଂଟିଗୁଆ ପୋଲିସ ନିକଟରେ ମେହୁଲ ଚୋକସୀର ଏତଲା । ଡୋମିନିକାରୁ ତାକୁ କରାଯାଇଛି ଅପହରଣ । ଘଟଣାରେ ରହସ୍ୟମୟୀ ମହିଳା ଓ ୨ ଭାରତୀୟଙ୍କ ହାତ

242

କନକ ବ୍ୟୁରୋ: ଡୋମିନିକା ପୋଲିସ ହାଜତରେ ଥିବା ଭାରତର ପଳାତକ ହୀରା ବେପାରୀ କରିଛି ନୂଆ ଖୁଲାସା । ଚୋକସୀ କେମିତି ଆସିଲା ଡୋମିନିକା, ଏହି ନାଟକରେ ନୂଆ ମୋଡ ଦେବାକୁ ଉଦ୍ୟମ କରିଛି ମେହୁଲ ଚୋକସୀ । ଆଂଟିଗୁଆରୁ ତାହାର ଅପହରଣ ପଛରେ ଦୁଇ ଜଣ ରହସ୍ୟମୟୀ ମହିଳାଙ୍କ ଭୂମିକା ଥିବା ଆଂଟିଗୁଆ ପୋଲିସ ନିକଟରେ ମେହୁଲ ଚୋକସୀ ଅଭିଯୋଗ କରିଛି ।

ଭାରତର ପଳାତକ ହୀରା ବେପାରୀ ମେହୁଲ ଚୋକସୀ ଏବେ ଡୋମିନିକା ପୋଲିସ ହେପାଜତରେ । ତେବେ ଚୋକସୀ କେମିତି ଆସିଲା ଆଂଟିଗୁଆରୁ ଡୋମିନିକା?

ଏହା ଉପରୁ ସସପେନ୍ସ ହଟିନଥିବା ବେଳେ, ନିଜେ ମେହୁଲ ଚୋକସୀ ଏବେ ପଦାକୁ ଆଣିଛି ଆଉ ଏକ ଥିଓରୀ । ଡୋମିନିକା ପୋଲିସ ହେପାଜତରେ ଥିବା ମେହୁଲ ଚୋକସୀଙ୍କ ଓକିଲ, ଆଂଟିଗୁଆ ପୋଲିସରେ କରିଛନ୍ତି ଅଭିଯୋଗ । ଏହି ଅଭିଯୋଗରେ ଦର୍ଶାଯାଇଛି ମେହୁଲ ଚୋକସୀଙ୍କୁ ଆଂଟିଗୁଆରୁ ଡୋମିନିକାକୁ କରାଯାଇଥିଲା ଅପହରଣ । ଆଉ ଘଟଣା ପଛରେ ଅଛନ୍ତି ରହସ୍ୟମୟୀ ମହିଳା ଓ ୨ ଭାରତୀୟ ।

– ଆଂଟିଗୁଆ ପୋଲିସରେ ମେହୁଲ ଚୋକସୀର ଏତଲା
– ଚୋକସୀକୁ ଆଂଟିଗୁଆରୁ କରାଯାଇଛି ଅପହରଣ
-ଅପହରଣ ପଛରେ ରହସ୍ୟମୟୀ ମହିଳା ଓ ୨ ଭାରତୀୟ
– ଦାଖଲ ହୋଇଥିବା ଚୋକସୀର ଅଭିଯୋଗରେ ଏହି ଦୁଇଟି ବିଷୟ ସାମ୍ନାକୁ ଆସିଛି ।
– ଏତଲାରେ ବାର୍ବରା ଜାରବିକା, ନରେନ୍ଦ୍ର ସିଂ ଓ ଗୁରମିତ୍ ସିଂଙ୍କ ନାଁ
– କିଏ ଏହି ୩ ଜଣ ବ୍ୟକ୍ତି?
– ଚୋକସୀ କେମିତି ଜାଣିଲେ ସେମାନଙ୍କୁ ?

ଚୋକସୀ ଅଭିଯୋଗ ଆଣିଛନ୍ତି ତାଙ୍କୁ ୮ରୁ ୧୦ ଜଣ ଲୋକ ଆଂଟିଗୁଆ ପୋଲିସ ଫୋର୍ସର ସଦସ୍ୟ କହି ଉଠାଇ ନେଇଥିଲେ । ଆଉ ତାଙ୍କୁ ମାରପିଟ୍ ବି କରିଥିଲେ । ଏହାପରେ ମେ ୨୪ ତାରିଖ ରାତି ୧୧ଟା ୩୦ ମିନିଟରେ ଚୋକସୀଙ୍କୁ ଡୋମିନିକାର ଟଉକାରୀ ଉପକୂଳର ଜେଟି ନିକଟରେ ସନ୍ଦେହଜନକ ଅବସ୍ଥାରେ ଧରିଥିଲା ଡୋମିନିକା ପୋଲିସ । କୋର୍ଟରେ ହାଜର ବେଳେ ଚୋକସୀ ନିଜ ହାତର ଦାଗ ବି ଦେଖାଇଥିଲେ ।

ଭାରତର ପଳାତକ ହୀରା ବେପାରୀ ମେହୁଲ ଚୋକସୀଙ୍କ ବେଆଇନ ପ୍ରବେଶକୁ ନେଇ ମାମଲା କରିଛି ଡୋମିନିକା ପୋଲିସ । ଚାର୍ଜସିଟରେ ଡୋମିନିକା ପୋଲିସ ଉଲ୍ଲେଖ କରିଛି ଭାରତର ପିଏନସି ବ୍ୟାଙ୍କରେ ୧୩ ହଜାର ୫୭୮ କୋଟି ଦୁର୍ନୀତି କରି ୨୦୧୮ ଅଗଷ୍ଟ ୪ ତାରିଖରେ ଆଂଟିଗୁଆ ପଳାଇ ଆସିଥିଲା ଆଂଟିଗୁଆ । ପିଏନବି ଏହି ଘୋଟାଲା ନେଇ ଅଭିଯୋଗ ଆଣିବା ପରେ ପରେ ଚୋକସୀ ଭାରତ ଛାଡି ଦେଇଥିଲା ।

ମେହୁଲ ଚୋକସୀର କହିବା କଥା , ତାଙ୍କୁ ଜଣେ ଭାରତୀୟ ରାଜନୈତିକ ବ୍ୟକ୍ତିଙ୍କ ସହିତ ଭେଟ କରାଇବାକୁ କରାଯାଇଥିଲା ଅପହରଣ । ଏକଥା ଯଦି ସତ, ତେବେ ଘଟଣାରେ ଅଭିଯୋଗ ଆସିଥିବା ରହସ୍ୟମୟୀ ମହିଳା କିଏ । ପୁରା ଘଟଣାରେ କଣ ରହିଛି ତାଙ୍କର ସଂପୃକ୍ତି । ମେହୁଲ ଚୋକସୀ ତାଙ୍କର ପ୍ରେମିକା ସହିତ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ଡୋମିନିକାରେ ଧରାପଡି ଯାଇଥିଲେ । ଏହା ପରେ ସମୟ ବଢିବା ସହିତ ଚୋକସୀ ଗୋଟିଏ ପରେ ଗୋଟିଏ କାହାଣୀ ସାମ୍ନାକୁ ଆଣୁଛନ୍ତି ।