ମେହବୁବା ମୁଫତିଙ୍କ ବିବାଦୀୟ ତ୍ରୀରଙ୍ଗା ମନ୍ତବ୍ୟ ପ୍ରସଙ୍ଗ । ଦଳ ଛାଡିଲେ ୩ନେତା । ସେପଟେ ଜମ୍ମୁକଶ୍ମୀରରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ । ପିଡିପି କାର୍ଯ୍ୟାଳୟରେ ପତାକା ଲଗାଇଲେ ବିଜେପି କର୍ମୀ

461

କନକ ବ୍ୟୁରୋ : ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିବାଦୀୟ ତ୍ରୀରଙ୍ଗା ମନ୍ତବ୍ୟକୁ ନେଇ ଜୋରଦାର ହୋଇଛି ରାଜନୀତି । ତାଙ୍କ ମନ୍ତବ୍ୟକୁ ବିରୋଧ କରି ୩ଜଣ ପିଡିପି କର୍ମୀ ଦଳ ଛାଡିଛନ୍ତି । ସେପଟେ ବିଭିନ୍ନ ସ୍ଥାନରେ ତ୍ରୀରଙ୍ଗା ରାଲି କରିବା ସହ ପିଡିପି କାଯ୍ୟାଳୟରେ ତ୍ରୀରଙ୍ଗା ଲଗାଇଛନ୍ତି ବିଜେପି କର୍ମୀ । ନଜରବନ୍ଦୀରୁ ମୁକ୍ତ ହେବା ପରେ ଜମ୍ମୁକଶ୍ମୀରରେ ଧାରା ୩୭୦ ଲଗାଇବାକୁ ଦାବି କରୁଛନ୍ତି ମେହେବୁବା । ଏପରିକି ଗତ ଶନିବାର ଦିନ ସେ କହିଥିଲେ ଜମ୍ମୁ କାଶ୍ମୀର ସ୍ୱତନ୍ତ୍ର ପତାକା ପୁଣି ଥରେ ନଫେରିବା ଯାଏଁ ସେ ଅନ୍ୟ କୌଣସି ପତାକା ଧରିବେ ନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିବାଦୀୟ ତ୍ରିରଙ୍ଗା ବୟାନକୁ ନେଇ ଏହାର ଜବାବ ଦେଇଛି ବିଜେପି । ଶ୍ରୀନଗରରେ ମେହବୁବାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜମ୍ମୁ କାଶ୍ମୀରରେ ବିଜେପି କର୍ମୀ ତ୍ରିରଙ୍ଗା ରାଲି କରିବା ସହ ପିଡ଼ିପି ନେତାଙ୍କ ବୟାନଙ୍କୁ ବିରୋଧ କରିଛନ୍ତି । କୁପୱାଡାର ବିଜେପି କର୍ମକର୍ତା ମାନେ ଶ୍ରୀନଗର ଲାଲଚୌକରେ ତ୍ରିରଙ୍ଗା ଉତୋଳନ କରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାରେ ପୋଲିସ ୪ଜଣ ବିଜେପି କର୍ମୀଙ୍କୁ ଉଠାଇ ନେଇଥିଲା । ଶ୍ରୀନଗରର ଟାଗୋର ହଲ ଠାରୁ ଇଂଟର ନ୍ୟାସନାଲ କନଭେକ୍ସନ ସେଂଟର ପର୍ଯ୍ୟନ୍ତ ତ୍ରୀରଙ୍ଗା ରାଲି କରିଛନ୍ତି ବିଜେପି କର୍ମୀ । ପିଡିପି କାର୍ଯ୍ୟାଳୟ ସମେତ ମେହବୁବା ମୁଫତିଙ୍କ ଘର ସମ୍ମୁଖରେ ପହଂଚି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମକର୍ତା ।

ସେପଟେ ଜମ୍ମୁରେ ମଧ୍ୟ ମେହବୁବା ମୁଫତୀଙ୍କ ବିରୋଧରେ ସ୍ୱର ଶାଣିତ ହୋଇଛି । ଜମ୍ମୁ ବିଜେପି ସଭାପତି ରବୀନ୍ଦ୍ର ରୈନାଙ୍କ ନେତୃତ୍ୱରେ ତ୍ରୀରଙ୍ଗା ରାଲି କରାଯାଇଛି । ନଜରବନ୍ଦୀରୁ ମୁକ୍ତ ହେବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଜମ୍ମୁରେ ଧାରା ୩୭୦ ଲଗାଇବାକୁ ଦାବି କରୁଛନ୍ତି ମେହେବୁବା ମୁଫତି । ଗତ ଶନିବାର ଦିନ ସେ କହିଥିଲେ ଜମ୍ମୁ କାଶ୍ମୀର ସ୍ୱତନ୍ତ୍ର ପତାକା ପୁଣି ଥରେ ନଫେରିବା ଯାଏଁ ସେ ଅନ୍ୟ କୌଣସି ପତାକା ଧରିବେ ନାହିଁ ।

ଜମ୍ମୁକଶ୍ମୀରରେ ଧାରା ୩୭୦କୁ ପୁନଃ ଲାଗୁ କରିବା ଓ ବିଜେପିକୁ ବିରୋଧ କରିବା ପାଇଁ ଜମ୍ମୁକଶ୍ମୀରର ୬ଟି ରାଜନୈତିକ ଦଳ ଏକାଠି ହୋଇଛନ୍ତି । ଏବଂ ଗୁପକାର ଘୋଷଣାର ସଭାପତି ଭାବେ ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ନିଯୁକ୍ତ ହୋଇଥିବା ବେଳେ
ପିଡିପି ମୁଖ୍ୟ ମେହବୁବା ମୁଫତି ଏହାର ଉପ ସଭାପତି ରହିଛନ୍ତି । ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପୂର୍ବରୁ ହିଁ ଘାଟୀରେ ବିଭିନ୍ନ ରାଜନୈତିକ ଦଳ ଗୁପକାର ଘୋଷଣା ଦ୍ୱାରା ଏକାଠି ହୋଇଥିଲେ । ଗୁପକାର ଘୋଷଣାରେ ଏକାଠି ହୋଇଥିବା ଦଳଗୁଡିକ ସ୍ୱତନ୍ତ୍ର ପତାକାର ବ୍ୟବସ୍ଥା କରିଛନ୍ତି । ଯେଉଁଥିରେ ଜମ୍ମୁକଶ୍ମୀରର ସ୍ୱତନ୍ତ୍ର ଚିହ୍ନ ରହିଛି ।