ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେଇ ନପାରନ୍ତି ମେହବୁବା ମୁଫତି । ଗୁପକାର ନେତା ଭାବେ ବୈଠକରେ ଯୋଗଦେବେ କି ଫାରକ୍ ଅବ୍ଦୁଲ୍ଲା

259

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀର ପ୍ରସଙ୍ଗ ନେଇ ଜୁନ ୨୪ ତାରିଖରେ ଡାକିଥିବା ସର୍ବଦଳୀୟ ବୈଠଳରେ ପିଡିପି ମୁଖ୍ୟ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଯୋଗ ଦେଇ ନପାରନ୍ତି । ତାଙ୍କୁ ଏହି ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫୋନ କଲ ଆସିଥିଲେ ବି ସେ ଯୋଗ ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ହେଲେ ଗୁପକାର ମେଣ୍ଟର ନେତା ଫାରୁକ୍ ଅବ୍ଦୁଲା ଏହି ବୈଠଳରେ ଯୋଗଦେଇ ପାରନ୍ତି ବୋଲି ଆଶା କରାଯାଉଛି ।

ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ ପାଇଁ ଏହି ବୈଠକ ଆୟୋଜନ ହେଉଛି । ଏହି ବୈଠକରେ ୮ ଟି ରାଜନୈତିକ ଦଳର ୧୪ ଜଣ ନେତାଙ୍କୁ ଆମନ୍ତ୍ରଣ କରାଯାଇଛି ।

ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସଭାରେ ଯୋଗଦେବା ନେଇ ଫୋନ କଲ ପାଇବା ପରେ ପିଡିପି ମୁଖ୍ୟ ମେହବୁବା ମୁଫ୍ତି ଜମ୍ମୁ –କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସର ମୁଖ୍ୟ ଫାରୁକ୍ ଅବ୍ଦୁଲ୍ଲାଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଗୁପକାର ମେଣ୍ଟ ପକ୍ଷରୁ ନେତା ଭାବେ ଫାରୁକ୍ ଅବ୍ଦୁଲ୍ଲା ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକକୁ ପଠାଇ ପାରନ୍ତି ବୋଲି ଅଶା କରାଯାଉଛି ।

ଅନ୍ୟପଟେ ପିଡିପିର ପଲ୍ଟିକାଲ ଆଫାୟର୍ସ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପିଡିପିର ମୁଖପାତ୍ର ସୟଦ ସୁହାଲି ବୁଖାରୀ କହିଛନ୍ତି କି ମେହବୁବା ମୁଫତି ସର୍ବଦଳୀୟ ବୈଠକରେ ଯୋଗଦେବା ନେଇ ନିଷ୍ପତ୍ତି କରିବେ ।

ପୂର୍ବତନ ରାଜ୍ୟ ଜମ୍ମୁ ଓ କଶ୍ମୀରର ଶେଷ ମୁଖ୍ୟମନ୍ତ୍ରୀ ଥିଲେ ‘ପିଡିପି’ ମୁଖ୍ୟ ମେହବୁବା ମୁଫ୍ତି। ୨୦୧୬-୨୦୧୮ ପର୍ୟ୍ୟନ୍ତ ସେ ‘ବିଜେପି’ ସହ ମେଣ୍ଟ କରି ସରକାର ଚଳାଇଥିଲେ।