ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୧୯ ରେ ଟିମ୍ ଇଂଲଣ୍ଡ ଟିମ୍ ଇଣ୍ଡିଆର ବିଜୟ ରଥକୁ ରୋକିଦେଇଛି । ଇଂଲଣ୍ଡର ୩୩୭ ରନର ପିଛା କରି ଟିମ୍ ଇଣ୍ଡିଆ ୩୧ ରନରେ ପରାଜୟ ବରଣ କଲା । ତେବେ ଭାରତର ଏହି ପରାଜୟ ପରେ ଏବେ ଚାରିଆଡୁ ସମାଲୋଚନାର ସୁଅ ଦେଖିବାକୁ ମିଳିଛି । ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ଇଣ୍ଡିଆର ଏହି ପରାଜୟ ଉପରେ ନିଜର ଟିପ୍ପଣୀ ରଖିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତିି , ଆପଣ ମୋର ଏହା ଅନ୍ଧବିଶ୍ୱାସ କହିପାରନ୍ତି କିନ୍ତୁ ଇଣ୍ଡିଆର ଏହି ନୂଆ ଜର୍ସି କାରଣରୁ ଟିମ୍ କୁ କ୍ରିକେଟରେ ହାରିବାକୁ ପଡିଥିଲା । ଆପଣଙ୍କୁ କହିରଖୁଛୁ ବିଶ୍ୱକପ୍ ରେ ଭାରତର ଏହା ପ୍ରଥମ ପରାଜୟ । ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିଲେ ମଧ୍ୟ କ୍ରିକେଟରେ ଭାରତର ସ୍ୱାସ୍ଥ୍ୟ ଏବେ ବି ଠିକ୍ ରହିଛି ।
ଏବେ ଭାରତକୁ ବାଙ୍ଗଲାଦେଶ ଏବଂ ଶ୍ରୀଲଙ୍କା ସହ ଖେଳିବାର ଅଛି । ଅନ୍ୟପକ୍ଷରେ ଇଂଲଣ୍ଡ ନିଜ ୮ ଟି ମ୍ୟାଚରେ ନିଜର ୫ ମ ଜିତ୍ ହାସଲ କରିଛି । ଭାରତ ନିଜ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ରେ ୩୦୬ ରନ୍ କରିପାରିଛି ।
Call me superstitious but I’d say it’s the jersey that ended India’s winning streak in the #ICCWorldCup2019.
— Mehbooba Mufti (@MehboobaMufti) June 30, 2019
ଭାରତ ତରଫରୁ ରୋହିତ୍ ଶର୍ମା ସବୁଠାରୁ ଅଧିକ ୧୦୨ ରନ୍ କରିଥିଲେ । ଅନ୍ୟପକ୍ଷରେ କ୍ୟାପଟେନ୍ କୋହଲି ୬୬ ରନରୁ ଅଧିକ କରିଥିଲେ । ପୂର୍ବ କ୍ୟାପଟେନ୍ ଧୋନି ୪୨ ରନ୍ କରିଥିବା ବେଳେ ବିଶ୍ୱକପ୍ ରେ ୨୭ ବର୍ଷ ପରେ ଭାରତ ଇଂଲଣ୍ଡ ବିପକ୍ଷରେ ହାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/1561922733-Mehbooba_Mufti_and_orange_jersey.jpg)
/kanak/media/post_attachments/wp-content/uploads/2019/07/99289-stmivzcaye-1560692064-300x158.jpg)
/kanak/media/post_attachments/wp-content/uploads/2019/06/india-1-300x168.jpg)