କନକ ବ୍ୟୁରୋ : ପିପୁଲ୍ସ ଡେମୋକ୍ରେଟିକ ପାର୍ଟିର ପ୍ରମୁଖ ମେହବୁବା ମୁଫତି ରବିବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରବିବାର ଦିନ ସେ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ବିଜେପି ଯେତେ ସୈନ୍ୟ ନିୟୋଜିତ କରନ୍ତୁ , ହେଲେ ଯେପର୍ଯ୍ୟନ୍ତ କାଶ୍ମୀର ସମସ୍ୟାର ସମାଧାନ ହୋଇନାର୍ହି ସେପର୍ଯ୍ୟନ୍ତ ସରକାର ସକରାତ୍ମକ ପରିଣାମ ଦେଖିପାରିବେ ନାହିଁ । ଏହାସହ ସେ କହିଛନ୍ତି କି ଆମେ ଦେଶକୁ ବିଜେପିର ଭାରତ ହେବାକୁ ଦେବୁ ନାହିଁ ।
ମେହବୁବା ମୁଫତି ଶ୍ରୀନଗର ଠାରେ ପାର୍ଟିର ଯୁବ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି , ଯେତେବେଳେ ଆକ୍ରମଣକାରୀ ପାକିସ୍ତାନରୁ ଆସିଥିଲେ ସେପର୍ଯ୍ୟନ୍ତ ଭାରତୀୟ ସେନା ସେଠାରେ ପହଂଚିପାରି ନଥିଲେ । ସେପଟେ ସାଧାରଣ ଲୋକଙ୍କ ହାତରେ ବନ୍ଧୁକ ନଥିଲେ ବି ସେମାନେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଘଉଡାଇ ଦେଇଥିଲେ । ତେଣୁ ଜାମ୍ମୁ-କାଶ୍ମୀରବାସୀ ଜାଣିଛନ୍ତି ଯେ କାହାକୁ ଘଉଡାଇ ଦିଆଯିବ ଓ କାହାକୁ କାଶ୍ମୀରରେ ସ୍ଥାନ ଦିଆଯିବ ।
ସେପଟେ ମୁଫତି ମହାତ୍ମାଗାନ୍ଧୀ ଓ ନେହରୁଙ୍କୁ ଭାରତ ବାବଦରେ କହିବାକୁ ଯାଇ କହିଥିଲେ କି, ଆମେ ସେହି ଭାରତର ଅନୁସନ୍ଧାନ କରୁଛି ଯାହାକୁ ଏବେ ନେହେରୁଙ୍କ ନାତି ରାହୁଲ ଗାନ୍ଧୀ ଖୋଜୁଛନ୍ତି । ସେପଟେ ବିଜେପି ଭାରତର ସମ୍ବିଧାନକୁ ନଷ୍ଟ କରୁଛି ବୋଲି ସେ ଅଭିଯୋଗ କରିବା ସହ ଭାରତ ବିଜେପିର ନୁହେଁ ବୋଲି ସେ କହିଛନ୍ତି ।