କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରକୁ ଧାରା ୩୭୦ ନଫେରିବା ଯାଏ ଲଢିବେ ନାହିଁ ନିର୍ବାଚନ । ପିଡିପିର ମୁଖ୍ୟ ମେହବୁବା ମୁଫ୍ତି ଆଜି ବେଙ୍ଗାଲୁରୁରେ ଏହି ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ ଫାଶୀବାଦୀ, ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ବିଜେପିକୁ ପରାସ୍ତ କରି ସମଗ୍ର ଦେଶ ପାଇଁ ଆଶା ସଞ୍ଚାର କରିଥିବାରୁ ସେ କର୍ଣ୍ଣାଟକବାସୀଙ୍କୁ ପ୍ରଶଂସା କରିଛନ୍ତି । କିନ୍ତୁ, ଦିଲ୍ଲୀରେ ଚାଲିଥିବା ବ୍ୟାପାର ବିଷୟ କହି ସେ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି, ଦେଶର ଯେକୌଣସି ପ୍ରାନ୍ତରେ ଏମିତି ଘଟିପାରେ, ତେଣୁ ଜାଗ୍ରତ ରହିବା ଉଚିତ ।
I won’t fight Assembly elections till Article 370 is restored in Jammu & Kashmir…I don’t see Assembly elections being held in the near future: PDP chief Mehbooba Mufti in Bengaluru pic.twitter.com/DWA7vl8Atu
— ANI (@ANI) May 21, 2023