ମେହବୁବା ଦେଲେ ବଡ ବୟାନ । ଯଦି ଧାରା ୩୭୦କୁ ହଟାଇ ଦିଆଯାଏ, ତେବେ ଭାରତ ସହ ଜମ୍ମ-କାଶ୍ମୀରର ସର୍ମ୍ପକ ମଧ୍ୟ ଶେଷ ହୋଇଯିବ ।

642

ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡିପି ପ୍ରମୁଖ ମେହବୁବା ମୁଫତି ଅନୁଚ୍ଛେଦ ୩୭୦କୁ ନେଇ ବଡ ବୟାନ ଦେଇଛନ୍ତି । ମେହବୁବା କହିଛନ୍ତି, ଯଦି ଧାରା ୩୭୦କୁ ହଟାଇ ଦିଆଯାଏ ତେବେ ଭାରତ ସହ ଜମ୍ମୁ-କାଶ୍ମୀରର ସମସ୍ତ ସର୍ମ୍ପକ ଶେଷ ହୋଇଯିବ । ଧାରା ୩୭୦ ଅନୁଯାୟୀ ଜମ୍ମୁ-କାଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଛି ।

ପିଡିପି ପ୍ରମୁଖ ମେହବୁବା କହିଛନ୍ତି, ଯଦି ଧାରା ୩୭୦କୁ ଜମ୍ମୁ-କାଶ୍ମୀରରୁ ହଟାଇ ଦିଆଯାଏ ତେବେ ମୁସଲିମ ବହୁଳ ରାଜ୍ୟ ଭାରତ ସହ ମିଶି ରହିବାକୁ ପସନ୍ଦ କରିବ ନାହିଁ । ଯଦି ଧାରା ୩୭୦କୁ ହଟାଇ ଦିଆଯାଏ ତେବେ ଭାରତ ସହ ଜମ୍ମୁ-କାଶ୍ମୀରର ସମ୍ବନ୍ଧକୁ ପୁଣିଥରେ ସଙ୍ଗଠିତ କରିବାକୁ ପଡିବ । ଯେଉଁଥିରେ ଅନେକ ସର୍ତ୍ତ ରହିବ । ଏହାଦ୍ୱାରା କଣ ମୁସଲିମ ବହୁଳ ରାଜ୍ୟ, ଆପଣଙ୍କ ସାଥୀରେ ରହିବାକୁ ଚାହିଁବେ ବୋଲି ପ୍ରଶ୍ନ କରିଛନ୍ତି ।

ଏହାପୂର୍ବରୁ ମେହବୁବା ମୁଫତି ମଝିରେ ମଝିରେ ସମ୍ବିଧାନର ଅନୁଛେଦ ୩୫ ଏ ଓ ଅନୁଛେଦ ୩୭୦କୁ ଅନେକ ସମୟରେ ବିବାଦୀୟ ବୟାନ ଦେଇ ଆସିଛନ୍ତି । ଏପରିକି ଯଦି ଅନୁଛେଦ ୩୫ଏ ଉପରେ ହଟାଇ ଦିଆଯାଏ ତେବେ କାଶ୍ମୀରର ଲୋକ ତ୍ରିରଙ୍ଗା ବଦଳରେ କେଉଁ ପତାକା ଉଠାଇ ଦେବେ ତାହା ତାଙ୍କୁ ଜଣାନାହିଁ । ଏପରିକି ୧୯୪୭ ମସିହାରୁ ଯାହା ହୋଇନାହିଁ ତାହା ଦେଖିବାକୁ ପଡିପାରେ ବୋଲି ଧମକ ଦେଇଥିଲେ ।