ଦୀର୍ଘ ୪୩୪ ଦିନ ପରେ ମୁକୁଳିଲେ ମେହବୁବା ମୁଫତି: ଧାରା ୩୭୦ ଉଚ୍ଛେଦ ପରେ ସରକାରଙ୍କ ହେପାଜତରେ ରହିଥିଲେ ପିଡିପି ମୁଖ୍ୟ; କହିଲେ, ଜମ୍ମୁ କଶ୍ମୀରର ଲୋକଙ୍କୁ କଷ୍ଟ ଦେଇଛି, ଜାରି ରହିବ ଲଢେଇ

167

କନକ ବ୍ୟୁରୋ: ମୁକ୍ତ ହେବା ପରେ ପୁଣି ଧାରା ୩୭୦ ହଟାଇବା ବିରୋଧରେ ସଂଘର୍ଷ କରିବେ ବୋଲି କହିଲେ ଜମ୍ମୁ କାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ମୁଖ୍ୟ ମେହବୁବା ମୁଫତି । ୧ ମିନିଟ ୨୩ ସେକେଣ୍ଡର ଏକ ଅଡ଼ିଓ ଟେପ ଜାରି କରି ସେ ନିଜେ ଏହି ସୂଚନା ଦେଇଛନ୍ତି । ଅଡ଼ିଓରେ ମେହବୁବା କହିଛନ୍ତି ସେହି କଳା ଦିନର ନିଷ୍ପତି ଏପର୍ଯ୍ୟନ୍ତ ତାଙ୍କୁ ବ୍ୟକ୍ତିବ୍ୟସ୍ତ କରୁଛି । ଏହା ସହ ସେ କେନ୍ଦ୍ର ସରକାରକୁ ଟାର୍ଗେଟ କରି କହିଛନ୍ତି ସରକାର ଯେଉଁ ଲୋକଙ୍କ ଅପମାନ କରିଛି ତାକୁ ଜନତା କେବେ ଭୁଲି ବେନି । ଧାରା ୩୭୦ ହିଟିବା ଅବୈଧ ଥିଲା । ଏହି ନିଷ୍ପତି ବଦଳାଇବା ପାଇଁ ଜମ୍ମୁ କାଶ୍ମୀର ଜନତା ଏକତ୍ରିତ ହୋଇ ଲଢ଼ିବେ । ୪୩୪ ଦିନ ନଜରବନ୍ଧୀ ରହିବା ପରେ ତାଙ୍କୁ ଗତକାଲି ମୁକ୍ତ କରାଯାଇଛି ।

ମୁକ୍ତ ହେବା ନେଇ ତାଙ୍କ ଝିଅ ତାଙ୍କ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲେ । ୧ ବର୍ଷରୁ ଅଧିକ ସମୟ ହେପାଜତରେ ରହିବା ପରେ ତାଙ୍କୁ କାଲି ମୁକ୍ତ କରାଯାଇଛିଫ । ସେହିପରି ଜମ୍ମୁ କାଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସଲ ମଧ୍ୟ ମେହେବୁବା ମୁକ୍ତ ହେବା ନେଇ ସୂଚନା ଦେଇଥିଲେ । ମୁଫତିଙ୍କୁ ଅଟକ ରଖିବାକୁ ନେଇ ଗତ ମାସରେ ସୁପ୍ରିମକୋର୍ଟ ଭାରତ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକଟ କରିଥିଲେ । ୫ ଅଗଷ୍ଟରେ ଧାରା ଧାରା ୩୭୦ ହଟିବା ପୂର୍ବରୁ ଜମ୍ମୁ କାଶ୍ମୀର କିଛି ଗୁରୁତ୍ୱପୁର୍ଣ୍ଣ ନେତାଙ୍କୁ କେନ୍ଦ୍ର ସରକାର ହେପାଜତ କରିଦେଇଥିଲେ । ଆଉ ଏହି ନିଷ୍ପତିରେ ମେହବୁବା ମୁଫତିଙ୍କ ନାଁ ଭି ସାମିଲ ଥିଲା ।