ସେନା ଏବଂ ଜମ୍ମୁ କଶ୍ମୀର ପୋଲିସର ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇ ବିବାଦରେ ମେହବୁବା ।

193

କନକ ବ୍ୟୁରୋ: ଆତଙ୍କବାଦୀ ବିରୋଧରେ ସେନାର ଅପରେସନକୁ ନେଇ ପ୍ରଶ୍ନ ଉଠାଇଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମେହବୁବା । ନିକଟରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ ଜମ୍ମୁ କଶ୍ମୀର ପଣ୍ଡିତ । ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରି ରାମବାଘ ଠାରେ ୩ ଜଣଙ୍କୁ ଏନକାଉଂଟର କରିଛି ଜମ୍ମୁ କଶ୍ମୀର ପୋଲିସ । ନିପାତ ହୋଇଥିବା ଆତଙ୍କୀମାନେ ଲସ୍କର ଇ ତୋଇବା ସହ ଜଡିତ ଥିଲେ ।

ତେବେ ଏପରି ସ୍ଥିତିରେ ଏନକାଉଂଟରର ଆଇନଗତ ପ୍ରକ୍ରିୟାକୁ ନେଇ ସନ୍ଦେହ କରିଛନ୍ତି ମୁଫତି । ରିପୋର୍ଟ ଓ ସାକ୍ଷୀଙ୍କ ଅନୁପାୟୀ ଏନକାଉଂଟରକୁ ଏକପାଖିଆ କହିଛନ୍ତି ପିଡିପି ମୁଖିଆ । ମେହବୁବାଙ୍କ ଏପରି ମନ୍ତବ୍ୟ ପୁଲିସ ଏବଂ ଆଇନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ପରେ ମୁହଁ ଖୋଲିଛନ୍ତି ଜମ୍ମୁକଶ୍ମୀର ଡିଜିପି ଦିଲବାଗ ସିଂ । ଡିଜିପି କହିଛନ୍ତି କିଛି ଲୋକ ହତ୍ୟାକରୀଙ୍କୁ ନିରିହ ଭାବିବାରେ ଲାଗିଛନ୍ତି । ଏଠାରେ ଏଭଳି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ବାସ୍ତବିକତାକୁ ବୁଝି ମଧ୍ୟ ଏଭଳି କିଛି କୁହନ୍ତି ଯାହାର ସତ୍ୟତା ଆଉ କିଛି ରହିଛି ।