କନକ ବ୍ୟୁରୋ : ଉତ୍ତର-ପୂର୍ବ ଟି ରାଜ୍ୟରେ ହୋଇଥିବା ବିଧାନସଭାର ଫଳାଫଳ ଆଜି ପ୍ରକାଶ ପାଇଛି । ଶେଷ ସୂଚନା ମୁତାବକ ତ୍ରିପୁରାରେ ବିଜେପିକୁ ବହୁମତ ମିଳିଛି । ଏଠାରେ ଦଳ ଏପର୍ଯ୍ୟନ୍ତ ୩୩ଟି ଆସନ ଜିତିଛି । ସେହିଭଳି ନାଗାଲାଣ୍ଡରେ ମଧ୍ୟଏନଡିପିପି ଓ ବିଜେପି ମେଣ୍ଟକୁ ମଧ୍ୟ ବହୁମତ ମିଳିଛି । ନାଗାଲାଣ୍ଡ ବିଧାନସଭାର ମୋଟ ୬୦ ଆସନ ମଧ୍ୟରୁ ଏନଡିଏ ମେଣ୍ଟକୁ ୩୭ଟି ଆସନ ମିଳିଛି । ସେପଟେ ମେଘାଳୟର ଚିତ୍ର କିନ୍ତୁ ସ୍ପଷ୍ଟ ହୋଇପାରି ନାହିଁ । ଏଠାରେ ମୋଟ ୬୦ଟି ଆସନ ମଧ୍ୟରୁ କଂଗ୍ରେସକୁ ୫ଟି, ଏନପିପିକୁ ୨୫ଟି ବିଜେପିକୁ ୪ଟି ଓ ଅନ୍ୟାନ୍ୟ ଦଳକୁ ୨୫ଟି ଆସନ ମିଳିଛି । ଏଠାରେ କିଏ ସରକାର କରିବ ତାହାକୁ ନେଇ ଏବେଠୁ ରାଜନୀତି ସରଗରମ ହୋଇଛି । କୁହାଯାଉଛି କି ଏନପିପି ଅନ୍ୟାନ୍ୟଦଳମାନଙ୍କର ସହାୟତାରେ ସରକାର ଗଠନ କରିବ ।

Advertisment

ସମ୍ପୂର୍ଣ୍ଣ ସୂଚନା ମୁତାବକ ତ୍ରିପୁରାରେ ଏନଡିଏକୁ ୩୩ଟି ଆସନ, ବାମମେଣ୍ଟକୁ ୧୪ଟି ଓ ଟିପରାମୋଥା ପାର୍ଟିକୁ ୧୩ଟି ଆସନ ମିଳିଛି । ମେଘାଳୟର ମୋଟ ୬୦ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୫, ଏନପିପି ୨୫, ବିଜେପି ୪ ଓ ଅନ୍ୟାନ୍ୟ ଦଳକୁ ୨୫ଟି ଆସନ ମିଳିଛି । ଅନ୍ୟପଟେ ନାଗାଲାଣ୍ଡର ମୋଟ ୬୦ଟି ଆସନ ମଧ୍ୟରୁ ଏନଡିପିପିକୁ ୩୭ଟିଆସନ, ଏନପିଏଫକୁ ୨ ଓ ଅନ୍ୟାନ୍ୟଦଳମାନଙ୍କୁ ୨୧ଟି ଆସନ ମିଳିଛି ।

ସେପଟେ ସବୁଠାରୁ ବଡକଥା ଦେଖିବାକୁ ମିଳିଛି ନାଗାଲାଣ୍ଡରେ । ଏଠାରେ ୧୯୬୩ ମସିହା ପରେ ପ୍ରଥମଥର ପାଇଁ ଜଣେ ମହିଳା ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ହେକାନୀ ଝାଖଲୁ ନାମକ ଜଣେ ମହିଳା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।