କନକ ବ୍ୟୁରୋ : ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ବେଆଇନ ମଦ ବ୍ୟବସାୟ କରୁଥିବା ଖବର ଦେଶର ରାଜନୀତିକୁ ସରଗରମ କରିଥିବା ବେଳେ ଏବେ ମେଘାଳୟର ବିଜେପି ଉପାଧ୍ୟକ୍ଷଙ୍କ ଫାର୍ମ ହାଉସରୁ ୫ ନାବାଳିକା ଉଦ୍ଧାର ହେବା ଘଟଣା ଚର୍ଚ୍ଚାକୁ ଆସିଛି । ମେଘାଳୟ ରାଜ୍ୟ ବିଜେପି ଉପାଧ୍ୟକ୍ଷ ୱାନାର୍ଡା ମାରକ ତାଙ୍କ ଫାର୍ମ ହାଉସରେ ବେଶ୍ୟାଳୟ ଚଲାଉଥିବା ସୂଚନା ପାଇବା ପରେ ପୋଲିସ ଗତକାଲି ରାତିରେ ତାଙ୍କ ଫାର୍ମ ହାଉସ ଉପରେ ଚଢାଉ କରିଥିଲା । ପୋଲିସ ଚଢାଉ ବେଳେ ଫାର୍ମ ହାଉସ ଭିତରୁ ୫ ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଏହି ମାମଲାରେ ମୋଟ ୭୩ ଜଣଙ୍କୁ ଗିରଫ କରିଛି । ମେଘାଳୟର ପଶ୍ଚିମ ଗୋରା ପାହାଡୀ ଜିଶଲ୍ଲା ତୁରା ଠାରେ ୱନାର୍ଡଙ୍କର ଏହି ଫାର୍ମ ହାଉସ ରହିଛି । ଏବେ ପୋଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ରାଜ୍ୟ ବିଜେପି ଉପଧ୍ୟକ୍ଷ ୱାନାର୍ଡା ମାରକଙ୍କୁ ଖୋଜୁଛି ।

Advertisment

କୁହାଯାଉଛି କି ପୋଲିସ ରେଡ କରିବା ନେଇ ସୂଚନା ପାଇବା ପରେ ଫାର୍ମ ହାଉସର ମାଲିକ ଫେରାର ହୋଇଯାଇଥିଲେ । ପୋଲିସର ରେଡ ବା ଚଢାଉ ପରେ ୱନାର୍ଡ ମାରକ ଏକ ବୟାନ ଜାରି କରି କହିଛନ୍ତି କି ପୋଲିସ ବିନା ୱାରେଣ୍ଟରେ ଚଢାଉ କରିଛି । ଏହାସହ ଏହି ମାମଲାରେ ୱନାର୍ଡ ମେଘାଳୟର ମୁଖ୍ୟମନ୍ତ୍ରୀଙ୍କୁ ବି ଟାର୍ଗେଟ୍ କରିଛନ୍ତି । ହେଲେ ଏହି ମାମଲାରେ ଏବେ ମେଘାଳୟ ବିଜେପି ପୁରା ଚୁପ୍ ରହିଛି