କନକ ବ୍ୟୁରୋ: ଜଟଣୀରେ ମେଗା ପାନୀୟ ଜଳ ପ୍ରକଳ୍ପର ଉନ୍ମୋଚନ କଲେ ନବୀନ ପଟ୍ଟନାୟକ । ଜଟଣୀ ଖୁଦପୁର ପଡିଆରେ ରିମୋଟ ଯୋଗେ ୫୦ଟି ନୂତନ ପାନୀୟ ଜଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ । ଏହା ଦ୍ୱାରା ଆଇଆଇଟି, ନାଇଜର, ଇଡକୋ , ଖୋର୍ଦ୍ଧା ଓ ଜଟଣୀ ପୌରାଚଂଳରେ ପାନୀୟ ଜଳ ଯୋଗାଣ ହେବ । ୯୫ଟି ପୌରାଂଚଳରେ ଥିବା ୫୦୦ ଟି ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହା ଦ୍ୱାରା ପ୍ରାୟ ୩୩ ଲକ୍ଷ ଲୋକ ଉପକୃତ ହେବେ ।
ବସୁଧା’ ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ୨୦୧୪ ରେ ଏଥିପାଇଁ ୧୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୨୦୧୮ରେ ଏହା ୨୦ ଗୁଣା ବୃଦ୍ଧି ପାଇଛି । ପାନୀୟ ଜଳ ଯୋଗାଣା ପାଇଁ ମୋଟ ୩ ହଜାର ୫୯୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହା ଦ୍ୱାରା ୭୦ ଳକ୍ଷ ସହରାଚଂଳ ଲୋକ ଉପକୃତ ହେଉଛନ୍ତି ।
ତେବେ ଆଜି ୯୫ ପୌରାଞ୍ଚଳ ପାଇଁ ୫୦୦ ଜଳ ପ୍ରକଳ୍ପର ଲୋକାର୍ପିତ ହୋଇଛି । ଏଥିପାଇଁ ମୋଟ୍ ୪୦୮ କୋଟି ଟଙ୍କା ବ୍ୟବୟବରାଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପିପିପି ମୋଡରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା କରାଯାଇଛି । ତେବେ ଏହି ପ୍ରକଳ୍ପ ଦ୍ୱାରା ୯୫ ସହରର ୩୩ ଲକ୍ଷ ଲୋକ ଉପକୃତ ହେବେ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସହରାଞ୍ଚଳରେ ସବୁ ଲୋକଙ୍କ ଘରେ ଜଳ ଯୋଗାଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଏଥିପାଇଁ ପାଇପ୍ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି । ଯେଉଁଥି ପାଇଁ ଗତ ବଜେଟରେ ୨୦୦ରୁ ୩୫୦୦ କୋଟିକୁ ବୃଦ୍ଧି ହୋଇଛି ।